Home ରାଜ୍ୟତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ପ୍ରସ୍ତୁତି ବୈଠକ।

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ପ୍ରସ୍ତୁତି ବୈଠକ।

by Maraguda Express
0 comments

ନୂଆପଡ଼ା -୨୩/୮ (ସୁରେନ୍ଦ୍ର ତିୱାରୀ ) ଅତିରିକ୍ତ ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯକାରୀ ଅଧ୍ୟକ୍ଷ ସୁନୀଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତର ସଫଳ ସମ୍ପାଦନା ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନି ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ଯ ରଞ୍ଜନ ପ୍ରଧାନ, ଅତିରିକ୍ତ ତହସିଲଦାର ଦିଲିପ କୁମାର ପାତ୍ର, ସରକାରୀ ଓକିଲ ତ୍ରୀଲୋକ ଚନ୍ଦ ସୋନୀ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓକିଲଗଣ, ଜାତୀୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କର ପ୍ରବନ୍ଧକଗଣ ଉପସ୍ଥିତ ହୋଇ ଆଗାମି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତର ସଫଳ ସମ୍ପାଦନା ପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯକାରୀ ଅଧ୍ୟକ୍ଷ ସୁନୀଲ କୁମାର ଦାସ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଙ୍କୁ ଅଧିକରୁ ଅଧିକ ପ୍ରାକମକଦ୍ଦମା ସ୍ତରୀୟ ବ୍ୟାଙ୍କ ଋଣ ମାମଲାଗୁଡିକର ରାଷ୍ଟ୍ରୀୟ ଲୋକଅଦାଲତରେ ସମାଧାନ କରିବାକୁ ଆହ୍ବାନ କରିଥିଲେ । ସେହିପରି ସଚିବ ସୁଶ୍ରୀ ଦାଶ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକଅଦାଲତରେ ଆପୋଷ ବୁଝାମଣ ଓ ସରଳ ଉପାୟରେ ନିଜ ନିଜର ମାମଲାର ସମାଧାନ ପାଇଁ ଆହ୍ବାନ କରିଥିଲେ । ସବିଶେଷ ବିବରଣୀ ନିମନ୍ତେ ନୂଆପଡା ଜିଲ୍ଲା ଆଇନ ସେବା କାର୍ଯ୍ଯାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha