Home ରାଜ୍ୟସାର କଳାବଜାରୀ : କଂଗ୍ରେସ ର କୃଷକ ଆନ୍ଦୋଳନ ଓ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ର ଚେତାବନୀ

ସାର କଳାବଜାରୀ : କଂଗ୍ରେସ ର କୃଷକ ଆନ୍ଦୋଳନ ଓ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ର ଚେତାବନୀ

ଏ ସବୁ କୃଷକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ସମସ୍ୟା ର ଆଶୁ ସମାଧାନ ଜିଲ୍ଲାପାଳ ନକଲେ ଆସନ୍ତା ୨୫ ଅଗଷ୍ଟ ୨୦୨୫ ଦିନ ବିରାଟ କୃଷକ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ଓ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି

by Maraguda Express
0 comments

ନୂଆପଡ଼ା -୨୨/୮ (ସୁରେନ୍ଦ୍ର ତିୱାରୀ) ଆଜି କଂଗ୍ରେସ ଜିଲ୍ଲା ସଂଯୋଜକ ଘାସିରାମ ମାଝି ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧିଗଣ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବରଙ୍କୁ ସାକ୍ଷାତ୍ କରି ସାର କଳାବଜାରୀ,ଚଢ଼ା ଦର ରେ ବିକ୍ରି,ଅଭାବି ଓ ସଠିକ ସମୟ ରେ ସାର ଯୋଗାଇ ନଦେବା ଆଦି ଚାଷୀ ଙ୍କ ମୂଳ ସମସ୍ୟାକୁ ନେଇ ଦାବିପତ୍ର ଦେଇ ଆଲୋଚନା କରିଥିଲେ। କୃଷି ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ନଦେବାରୁ କୃଷକ ସମସ୍ୟା ଉତ୍କଟ ରୁପ ନେବାକୁ ଯାଉଛି, ଏ ସମସ୍ତ ଅଭିଯୋଗ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବରଙ୍କ ସହ କଂଗ୍ରେସ ର ବରିଷ୍ଠ ନେତା ବୃନ୍ଦ ଆଲୋଚନା କରିଥିଲେ ଓ ଏ ସବୁ କୃଷକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ସମସ୍ୟା ର ଆଶୁ ସମାଧାନ ଜିଲ୍ଲାପାଳ ନକଲେ ଆସନ୍ତା ୨୫ ଅଗଷ୍ଟ ୨୦୨୫ ଦିନ ବିରାଟ କୃଷକ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ସହ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ଅବସର ରେ ଆଲୋଚନା ବେଳେ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଅମିତ କୁମାର ଅହିର, ହରି ମାଝି,ଚାଷି ସେଲ ଜିଲ୍ଲା ସଭାପତି ଇଶାକ ମହମ୍ମଦ, ଶ୍ରୀଧନ ମାଝି, ଗୌତମ ବିଭାର, ସୁରଜ ନିର୍ମଳକର, ଆସିକ ମହମ୍ମଦ, ଟୁଟୁ, କାୟୁମ୍ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha