Home ରାଜ୍ୟନୂଆପଡ଼ା ଜିଲ୍ଲାରୁ ଦୁଇଜଣ ରାଜ୍ଯସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ।

ନୂଆପଡ଼ା ଜିଲ୍ଲାରୁ ଦୁଇଜଣ ରାଜ୍ଯସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ।

by Maraguda Express
0 comments

ନୂଆପଡ଼ା -୬/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ରୂପେଶ କୁମାର ମେହେର ଓ ଖଡ଼ିଆଳ ବ୍ଲକ ଡୁଆଝର ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ବାତୀ ସ୍ବାଗତିକା ବୁଡ଼େକ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଜଣାପଡ଼ିଛି । ଶୁକ୍ରବାର ଗୁରୁଦିବସ ଅବସରରେ ଭୁବନେଶ୍ବର ଲୋକସେବା ଭବନ ଠାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଉଭୟ ସମ୍ମାନିତ ହୋଇଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ସଚିବ ଶାଲିନୀ ପଣ୍ତିତ,
ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ଯା ଦାସ, ଟି.ଇ. ଓ ଏସ. ସି. ଇ. ଆର. ଟି. ନିର୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ଯେକ ବିଷୟରୁ ରାଜ୍ଯ ସ୍ତରରେ ଦଶ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାର ପୁରସ୍କାରପ୍ରାପ୍ତ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ର ସୁଅ ଛୁଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha