34
ନୂଆପଡ଼ା – ୨୫/୦୯(ସବ୍ୟୁ)- ନୂଆପଡ଼ା ଜିଲ୍ଲାରେ ଗତକାଲିଠାରୁ ଲଗାତାର ଭାରିରୁ ଅତିଭାରି ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଜି, ୨୫ ସେପ୍ଟେମ୍ବର ୨୦୨୬ରେ ନୂଆପଡ଼ା ଜିଲ୍ଲାକୁ ‘ଅରେଞ୍ଜ୍ ଜୋନ୍’ ଭାବେ ଘୋଷଣା କରିଛି। ବର୍ଷାଜନିତ ପରିସ୍ଥିତି ଓ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଗୁରୁତ୍ୱ ଦେଇ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଟି ଅଫିସ୍ ଅର୍ଡର ସଂଖ୍ୟା – ୬୪୯୯ ଓ ୧୭୨୮ ଜାରି କରାଯାଇଛି। ଏ ପତ୍ର ରେ ଶିକ୍ଷା ବିଭାଗ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ କୁ ଅବଗତ ପାଇଁ ପ୍ରେରଣ କରାଯାଇଛି ।