Home ରାଜ୍ୟନ୍ୟାସନାଲ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ।

ନ୍ୟାସନାଲ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ।

ସକ୍ରିୟ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସାପତ୍ର, ପୂର୍ବତନ NSS ଅଧିକାରୀ ସମ୍ମାନିତ।

by Maraguda Express
0 comments
ନୂଆପଡ଼ା -୨୫/୦୯- ନୂଆପଡ଼ା ନ୍ୟାସନାଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା (NSS) ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଲେଜର NSS ଅଧିକାରୀ ହେମାଲ୍ ସା ଦିବସ ପାଳନର ଉଦ୍ଦେଶ୍ୟ ଓ NSSର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ VBYLD-2027 କୁଇଜ୍ ପଞ୍ଜୀକରଣ କରାଯାଇଥିବାବେଳେ ପୂର୍ବତନ NSS କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସକ୍ରିୟ NSS ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଅଧ୍ୟାପକ ବୈଦ୍ୟନାଥ ଗର୍ତ୍ତିଆ, ପୂର୍ବତନ NSS ଅଧିକାରୀ କପିଲ ଦେବ ପାଣିଗ୍ରାହୀ ଏବଂ YRC ଜିଲ୍ଲା କନଭେନର ଶିବ ପ୍ରସାଦ ସା ଅତିଥି ଭାବେ ଯୋଗଦେଇ NSSର ଉଦ୍ଦେଶ୍ୟ, ସାମାଜିକ ସେବା ଓ ଯୁବପିଢ଼ିର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।ଶେଷରେ ମହାବିଦ୍ୟାଳୟର ଯୁକ୍ତ ଦୁଇ NSS ଅଧିକାରୀ ଜଗନ୍ନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସମାଜସେବା ସହ ରାଷ୍ଟ୍ର ନିର୍ମାଣରେ ନିରନ୍ତର ଯୋଗଦାନ କରିବାକୁ NSS ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha