41

ନୂଆପଡ଼ା -୨୧/୧୧(ସୁରେନ୍ଦ୍ର ତିୱାରୀ) ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମ ଅବସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳୀର ଆବାହକ ପତିତପାବନ ସାହୁଙ୍କ ନେତୃତ୍ୱରେ ଶ୍ରୀ ସତ୍ୟ ସାଇ ବାବାଙ୍କ ୧୦୦ତମ ଜନ୍ମଜୟନ୍ତି ଅବସର ରେ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଉକ୍ତ ଶିବିରକୁ ପଦ୍ମପୁର ସମିତି ଆବାହକ କମଳାକାନ୍ତ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ।ଶିବିରରେ ପଚାଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଯାହାକି ପଦ୍ମପୁର ଚିକିତ୍ସାଳୟ କୁ ଦିଆଯାଇଥିଲା।ଶିବିରରେ ଭଜନ ମଣ୍ଡଳୀର ସୁଧାଂଶୁ ଶେଖର ସେଟ,ସୁରଥ ସାହୁ,ନିରୋଜ ସାହୁ,ସନ୍ତୋଷ ପାଢି,ହେମସାଗର ସାହୁ,ଆକାଶ ସାହୁ,ରିଶବ୍ ସାହୁ,ଆଦର୍ଶ ସାହୁ,ସତ୍ୟ ସାହୁ,ବିନୟ ସାହୁ,ସୁନିଲ ସାହୁ ରାଜା ସାହୁ ଦୀପକ ସାହୁ, ପିଣ୍ଟୁ ସାହୁ ଯତୀନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

