Home ରାଜ୍ୟରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ, ‘ରାଜସ୍ୱ ମିତ୍ର ପୁରସ୍କାର’ ଘୋଷଣା

ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ, ‘ରାଜସ୍ୱ ମିତ୍ର ପୁରସ୍କାର’ ଘୋଷଣା

by Maraguda Express
0 comments

ନୂଆପଡା -୭/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲାପାଳ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ। ସେ ରାଜସ୍ୱ ବିଭାଗରେ ‘ପେପରଲେସ’ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଅଧିକାରୀମାନଙ୍କୁ ଖାତାଦାରଙ୍କୁ ଅନଲାଇନ ମାଧ୍ୟମରେ ରାଜସ୍ୱ ପ୍ରଦାନ କରିବା ପାଇଁ ପରାମର୍ଶ ଦେବାକୁ କହିଥିଲେ। ଜିଲ୍ଲାର ପ୍ରଗତି ପାଇଁ ରାଜସ୍ୱ ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଉଚିତ। ସେ ଅଧିକାରୀମାନଙ୍କୁ ଜନସାଧାରଣଙ୍କ ମଧ୍ୟରେ ଅନଲାଇନ ସେବାର ବିପୁଳ ବ୍ୟବହାର କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ‘ରାଜସ୍ୱ ମିତ୍ର ପୁରସ୍କାର’ ଘୋଷଣା କରିଥିଲେ। ପ୍ରତି ମାସରେ ଜଣେ ବ୍ୟକ୍ତି ଯିଏ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛନ୍ତି ଏବଂ ସରକାରଙ୍କ ସମସ୍ତ ରାଜସ୍ୱ ନିୟମ ପ୍ରତିପାଳନ କରୁଛନ୍ତି ତାଙ୍କୁ “ରାଜସ୍ୱ ମିତ୍ର” ଭାବରେ ସମ୍ବର୍ଦ୍ଧିତ କରାଯିବ। ଏଡିଏମ (ରାଜସ୍ୱ) ଙ୍କ ନେତୃତ୍ୱରେ ଗଠିତ କମିଟି ସେହି ବ୍ୟକ୍ତିଙ୍କୁ ଚୟନ କରିବେ। ସେହିପରି ଜିଲ୍ଲାପାଳ ପ୍ରତି ତିନି ମାସରେ ସର୍ବଶ୍ରେଷ୍ଠ ତହସିଲଦାର, ସର୍ବଶ୍ରେଷ୍ଠ ଅତିରିକ୍ତ ତହସିଲଦାର, ସର୍ବଶ୍ରେଷ୍ଠ ରାଜସ୍ୱ ନିରିକ୍ଷକ, ସର୍ବଶ୍ରେଷ୍ଠ ଏଆରଆଇ, ସର୍ବଶ୍ରେଷ୍ଠ ଅମିନ ଏବଂ ସର୍ବଶ୍ରେଷ୍ଠ ରାଜସ୍ୱ ସୁପରଭାଇଜରଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ଜିଲ୍ଲାପାଳ କଲମ ୨ ସଂଶୋଧନ, ବସୁନ୍ଧରା ଯୋଜନା, ଏନଫୋର୍ସମେଣ୍ଟ, ସିଟି ଏବଂ ଜିଏସଟି ସମେତ ଅନ୍ୟ ରାଜସ୍ୱ ସମ୍ପର୍କିତ ବିଷୟଗୁଡିକର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଏଡିଏମ ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ସୁର୍ମି ସୋରେନ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ,ବିଡିଓ ଏବଂ ଅନ୍ୟ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha