Home ରାଜ୍ୟଦୁର୍ଘଟଣା କାଳୀନ ପୋଲିସ ପେକେଜ ଆର୍ଥିକ ସହାୟତା ୪୦ ଲକ୍ଷ ଏସବିଆଇ ପ୍ରଦାନ କଲା

ଦୁର୍ଘଟଣା କାଳୀନ ପୋଲିସ ପେକେଜ ଆର୍ଥିକ ସହାୟତା ୪୦ ଲକ୍ଷ ଏସବିଆଇ ପ୍ରଦାନ କଲା

by Maraguda Express
0 comments

ନୂଆପଡ଼ା – ୨୬/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ନୂଆପଡ଼ା ପୋଲିସ ବିଭାଗ ରେ କାର୍ଯ୍ୟରତ କର୍ମଚାରୀଙ୍କ ଦୁର୍ଘଟଣା ରେ ମୃତ୍ୟୁ ପରେ ତାଙ୍କ ପରିବାର ଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୋଲିସ ପେକେଜ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପୋଲିସ କନେଷ୍ଟେବଳ ଧନ ସିଂ ମାଝି ଙ୍କ ଗତବର୍ଷ ସେପ୍ଟେମ୍ବର ୨୦୨୪ ରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥଲେ। ଉପରୋକ୍ତ ଘଟଣା ରେ ମୃତ୍ୟୁ ବରଣ କରିଥିବା ଧନ ସିଂ ର ମାତା ଶ୍ରୀମତି ସୁଶୀଳା ମାଝୀଙ୍କୁ ୪୦ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ପୋଲିସ ବିଭାଗ ର ଚୁକ୍ତି ହୋଇଛି ସେହି଼ ଚୁକ୍ତି କୁ ଭିତ୍ତି କରି ମୃତ୍ୟୁ କାଳୀନ ସହାୟତା ବାବଦ କୁ ପୋଲିସ ପେକେଜ ୪୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏ ଅବସର ରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଜି.ଆର.ରାଘବେନ୍ଦ୍ର ରେଡ୍ଡୀ,ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ସୀତା ରାମ ମେହର ଓ ମୁଖ୍ୟ ପରିଚାଳକ ଲିଙ୍କନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha