2
ପାଇକମାଳ -୧୧/୩- ଶୋକ ସମାଚାର ଗତ କାଲି ପାଇକମାଳ ବ୍ଳକ୍ ଛିଦେଇକେଲା ଗ୍ରାମ ର ଭୀମସେନ ସାହୁ (୯୩) ଙ୍କ ସୋମବାର ପରଲୋକ ହୋଇଛି। ସେ ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କ ପରଲୋକ ଘଟିଛି। ସେ ଗାଁ ମନ୍ଦିର କମିଟିର,ତୈଳିକ ବୈଶ୍ୟ ସମାଜର ସଭାପତି ଭାବରେ କାମ କରିଥିଲେ। ତାଙ୍କ ମୃତ୍ୟୁ ପଛରେ ପୁଅ, ପୁତ୍ରବଧୂ,ଝିଅ, ଜ୍ୱାଇଁ, ନାତିନାତୁଣୀ ତଥା ପରିବାରବର୍ଗକୁ ଛାଡି ଚାଲିଯାଇଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ସମ୍ମାନ ରେ ଛିନ୍ଦେଇକେଲା ର ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସେ ଜଣେ ମେଳାପୀ,ମିଷ୍ଟ ଭାଷି, ଧର୍ମ ପରାୟଣ, ପରୋପକାରି ଓ ଜଣେ ସଫଳ ବ୍ୟବସାୟୀ ଭାବେ ଅଞ୍ଚଳ ରେ ସୁନାମ ରହିଥିଲା। ତାଙ୍କ ବଡ ପୁଅ ସନ୍ତୋଷ ସାହୁ ମୁଖାଗ୍ନି ଦେଇଥିଲେ। ଗତ କାଲି ସ୍ୱର୍ଗତ ଭୀମସେନ ସାହୁ ଙ୍କ ମର ଶରୀର ପଞ୍ଚତତ୍ତ୍ଵ ରେ ବିଲିନ ହୋଇଗଲା।