34
ନୂଆପଡ଼ା -୧/୦୮- ବୋଡେନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ପରିଦର୍ଶନ କରି ପରିସ୍ଥିତିର ସ୍ଥଳ ପର୍ଯ୍ୟବେକ୍ଷଣ କରିଥିଲେ। ସେ ପ୍ରଭାବିତ ପରିବାରର ସଦସ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଦୁଃଖ-ଦୁର୍ଦ୍ଦଶା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସରକାରୀ ସହାୟତା, ରିଲିଫ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯଥାଶୀଘ୍ର ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପାଖରେ ପ୍ରଶାସନ ସଦା ସର୍ବଦା ଛିଡ଼ା ରହିଛି ବୋଲି ସେ ଆଶ୍ୱାସନ ଦେଇଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ, ଲୋକଙ୍କ ସୁରକ୍ଷା, ତୁରନ୍ତ ସହାୟତା ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ଆବଶ୍ୟକ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।