18

ନୂଆପଡ଼ା -୩୧/୭ – ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ (ଜଳବିଭାଜିକା) ସନ୍ତୋଷ କୁମାର ରଥ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ, ଜଳଧାରା ଯୋଜନା, VB-GRAMG ଯୋଜନା ଓ କୃଷି ବନୀକରଣ ଯୋଜନାର ପ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ୩୭ ହେକ୍ଟର ଅଞ୍ଚଳରେ ଚାରାରୋପଣ ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।
ସମୀକ୍ଷା ବେଳେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ୧୩୮ଟି ପୋଖରୀର ଗ୍ରାସ୍ ଟର୍ଫିଂ କାର୍ଯ୍ୟକୁ ଅଗଷ୍ଟ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବା, ବକେୟା ଚାରାରୋପଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏବଂ VB-GRAMG ଯୋଜନା ଅଧୀନରେ ନୂତନ ପ୍ରକଳ୍ପ ପ୍ରସ୍ତାବ ସୋମବାର ସୁଦ୍ଧା ଦାଖଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ଦେବବ୍ରତ ବିଶ୍ୱାଳ, ସ୍ୱୟଂପ୍ରଭା ସିଂହ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବପ୍ରିୟ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ନାୟକଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।