Home ରାଜ୍ୟଖଡ଼ିଆଳ ରେ ‘ନିରବ ନିର୍ବାଣ’ କବିତା ସଙ୍କଳନ ଉନ୍ମୋଚିତ : ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ମହାମିଳନ।

ଖଡ଼ିଆଳ ରେ ‘ନିରବ ନିର୍ବାଣ’ କବିତା ସଙ୍କଳନ ଉନ୍ମୋଚିତ : ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ମହାମିଳନ।

by Maraguda Express
0 comments
ନୂଆପଡ଼ା- ୨/୦୮- ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ରଚିତ ୧୨ତମ କବିତା ସଙ୍କଳନ ‘ନିରବ ନିର୍ବାଣ’ ର ପାଠକାର୍ପଣ ସଭା ଗମ୍ଭୀର ଓ ସାହିତ୍ୟିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ସୁବାସ ରାଇତା ଓ ମେଜର ଡ଼. ରାମଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।
ମୁଖ୍ୟ ଅତିଥି ବିଧାୟକ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଖଡ଼ିଆଳ ସାହିତ୍ୟଭିଜା ମାଟି। ଏଠାର ମାଟି ଓ ପବନ ମଧ୍ୟ ସାହିତ୍ୟର କଥା କହେ।” ସେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପାଠ୍ୟବିଷୟ ଭିତ୍ତିକ ପୁସ୍ତକ ରଚନା କରି ଛାତ୍ରଛାତ୍ରୀଙ୍କ ଜ୍ଞାନ ବିକାଶରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ସୁବାସ ରାଇତା ଖଡ଼ିଆଳକୁ ସାହିତ୍ୟ ଓ ସଂସ୍କୃତିର ପବିତ୍ର ପୀଠସ୍ଥଳୀ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ସ୍ୱତଃସ୍ଫୂର୍ତ୍ତ ଭାବେ ସାହିତ୍ୟ ସାଧନା ପ୍ରତି ଆକର୍ଷିତ ହୋଇଥାନ୍ତି। ସେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଦ୍ୟା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଏକ ଆଦର୍ଶ ଅନୁଷ୍ଠାନ ବୋଲି ପ୍ରଶଂସା କରିଥିଲେ।
ମେଜର ଡ଼. ରାମଚନ୍ଦ୍ର ମିଶ୍ର କହିଥିଲେ ଯେ ସାହିତ୍ୟ, ସଂସ୍କୃତି ଓ ଶିକ୍ଷା ପରସ୍ପରର ପରିପୂରକ ଏବଂ ଏହାର ଜୀବନ୍ତ ଉଦାହରଣ ହେଉଛି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସୃଜନଶୀଳ ପରିବେଶ।
ପରୀକ୍ଷା ନିୟନ୍ତ୍ରକ ଡ଼. ରଣବୀର ସିଂହ ଡ଼. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ସାହିତ୍ୟିକ ଅବଦାନ ଓ ସୃଜନଶୀଳ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଡ଼. ପ୍ରିୟମ୍ବଦା ନିଜ ୧୨ତମ କବିତା ସଙ୍କଳନର ସଫଳତାର ଶ୍ରେୟ ଖଡ଼ିଆଳ ଅଞ୍ଚଳର ସାହିତ୍ୟପ୍ରେମୀ ମଣିଷ ଓ ମହାବିଦ୍ୟାଳୟର ସହକର୍ମୀମାନଙ୍କୁ ଦେଇଥିଲେ।
ଅଧ୍ୟାପକ ସୁନିଲ କୁମାର ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅଭିଷେକ ରଥ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅଧ୍ୟାପିକା ସଲମା ମେହେରୁନ ଖାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ରାଜଳଷ୍ମୀ ରଥ,ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା,ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ପ୍ରଣତି ପଣ୍ଡା,ଅଧ୍ୟାପିକା ସାଗରିକା ପଣ୍ଡା, ରୀତା ବାରିକ,ଅଧ୍ୟାପକ ହରିହର ବେସରା,ଅଧ୍ୟାପକ ଗୁଣବନ୍ତ ସାହୁ,ଅଧ୍ୟାପକ ରୂପବନ୍ତ ଭୋଇ,ଅଧ୍ୟାପକ ଡ଼ ରାଜ କୁମାର ରତେ,ଅଧ୍ୟାପକ ହରନାମ ସିଂ,ଅଧ୍ୟାପକ ପ୍ରଦୀପ ବେହେରା ,ଅଧ୍ୟାପକ ଡ଼ ମହମ୍ମଦ ୟମିନ, ରବିନ୍ଦ୍ର ବାଗ, ବିଜୁ ନାଏକ,ରାଜେନ୍ଦ୍ର ବାଗ,ଗିରିଧାରୀ ନାଏକ ଙ୍କ ସମେତ ବହୁ ସଂଖ୍ୟା ରେ ସାହିତ୍ୟ ପ୍ରେମୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha