13
ନୂଆପଡ଼ା -୫/୮ – ଜନସାଧାରଣଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚାଇବା ଏବଂ ସ୍ଥାନୀୟ ସ୍ତରରେ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଉଦ୍ଦେଶ୍ୟରେ କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ‘ଗାଁରେ ପ୍ରଶାସନ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କୁମାର ସାମଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଜନ ଅଭିଯୋଗ ଶିବିର ରେ ବିଭିନ୍ନ ବିଭାଗ ର ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ମୋଟ ୧୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରେ ଜମିଜମା, ରାଜସ୍ୱ, ପାନୀୟ ଜଳ, ଶିକ୍ଷା, ଗ୍ରାମୀଣ ବିକାଶ, ପେନ୍ସନ, ଆବାସ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧୀୟ ସମସ୍ୟା ସ୍ଥାନ ପାଇଥିଲା।ଶିବିରରେ ଉପସ୍ଥିତ ଅଧିକାରୀମାନେ ଅଭିଯୋଗଗୁଡ଼ିକର ଶୁଣାଣି କରି ସମ୍ଭବ କ୍ଷେତ୍ରରେ ତୁରନ୍ତ ସମାଧାନ କରିଥିବା ବେଳେ, ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ନିଷ୍ପତ୍ତି ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।