Home ରାଜ୍ୟସିନାପାଲି ରେ ସାମୁହିକ ନୂଆଁଖାଇ ଭେଟଘାଟ୍ ପାଇଁ ଜୋରଦାର ପ୍ରସ୍ତୁତି : ଗଠିତ ହେଲା ପାଳନ କମିଟି।

ସିନାପାଲି ରେ ସାମୁହିକ ନୂଆଁଖାଇ ଭେଟଘାଟ୍ ପାଇଁ ଜୋରଦାର ପ୍ରସ୍ତୁତି : ଗଠିତ ହେଲା ପାଳନ କମିଟି।

by Maraguda Express
0 comments
ନୂଆପଡ଼ା – ୦୪/୦୮- ନୂଆପଡ଼ା ଜିଲ୍ଲାର ସିନାପାଲି ରେ ଆଗାମୀ ନୂଆଁଖାଇ ପର୍ବକୁ ସାମୁହିକ ଭାବେ ପାଳନ କରିବା ସହ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସ୍ଥାନୀୟ ଯୁବବର୍ଗଙ୍କ ଉଦ୍ୟମରେ ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସାମାଜିକ ଓ ସାଂସ୍କୃତିକ ପଦକ୍ଷେପକୁ ବିଭିନ୍ନ ମହଳରେ ବ୍ୟାପକ ପ୍ରଶଂସା ମିଳିଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏହାକୁ ଆହୁରି ଭବ୍ୟ ଭାବେ ଆୟୋଜନ କରିବାକୁ ସଂକଳ୍ପ ନିଆଯାଇଛି।
ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତକାଲି ତ୍ରିନାଥ ମେହେରଙ୍କ ସଭାପତିତ୍ୱରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଗତବର୍ଷର କାର୍ଯ୍ୟକ୍ରମର ସମୀକ୍ଷା ସହ ଚଳିତ ବର୍ଷର ରୂପରେଖ ଚୂଡ଼ାନ୍ତ କରାଯାଇଥିଲା।
ସଭାରେ ତ୍ରିନାଥ ମେହେରଙ୍କୁ ସଭାପତି, ରଜନୀ ମାଝୀ, ସୁରଜ ମେହେର, ମନୋରଞ୍ଜନ ମେହେର, ଜିତେନ୍ଦ୍ର ମେହେର, ସୁଶାନ୍ତ କୁମାର ଓ ଶୈଲେଶ ସାଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ପ୍ରଭାତ କୁମାର ମେହେରଙ୍କୁ ସମ୍ପାଦକ, ସନ୍ତୋଷ ନାୟକ, ନୀତିଶ ମେହେର, ସଞ୍ଜୀବ ଭକ୍ତ, ଅରୁଣ ମେହେର, ସୁନିଲ ମେହେର, ରାଜୁ ମାଝୀ, ମନୋଜ ଜଗତ ଓ ଅନିଲ ମେହେରଙ୍କୁ ସହ-ସମ୍ପାଦକ, ଯତୀନ୍ଦ୍ର ମେହେରଙ୍କୁ ସାଂସ୍କୃତିକ ସମ୍ପାଦକ, ବିକାଶ ମେହେରଙ୍କୁ ପାଣ୍ଠି ସଂଗ୍ରାହକ ଏବଂ ରଶ୍ମୀରଞ୍ଜନ ସାଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ଏହି ପ୍ରସ୍ତୁତି ସଭାରେ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ, ଯୁବକ ଓ ସମାଜସେବୀ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ୍‌କୁ ସଫଳ କରିବା ପାଇଁ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ।ବୈଶମ୍ପାୟନ ମେହେର, ନୀଳମଣି ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ନାରାୟଣ ପାତ୍ର, ତୁଳସୀରାମ ମେହେର, ନନ୍ଦକୁମାର ପାତ୍ର, ବୈଷ୍ଣବ ମେହେର, ନବୀନଚନ୍ଦ୍ର ମେହେର, ପ୍ରଦ୍ୟୁମ୍ନ ସିଂହ ଛିନ୍ଦା, ପ୍ରିୟରଞ୍ଜନ ମେହେର, ମନୀଷ ପଟେଲ, ଗୌତମ ମେହେର, କୁମୁଦବନ୍ଧୁ ଯୋଶୀ, ରସିକ ମେହେର, ଅରିଗଞ୍ଜନ ଯୋଶୀ, ଈଶ୍ୱର ପ୍ରସାଦ ମେହେର, ରବୀନ୍ଦ୍ର ଜେନା, ଆଲୋକ ମେହେର, ରବୀନ୍ଦ୍ର ଦାସ, ବେଣୁଧର ମେହେର, ହୃଦାନନ୍ଦ ମେହେର, ହାଡୁରାମ ମେହେର, ଶିବ ମେହେର, ରାଜୁ ମେହେର, ଜିତୁ ମେହେର, ଭୀଷ୍ମରାଜ ମାଝୀ, ସନ୍ତୋଷ କୁମାର ନାଏକ, କୃଷ୍ଣରାମ ମେହେର, ଜନ୍ମେଜୟ ମେହେର, ଯୁଧିଷ୍ଠିର ମେହେର, ନରହରି ମେହେର, ଶିବ ମେହେର, ଦୋଳାମଣି ମେହେର, ସୁନୀଲ ମେହେର, ପୁଟୁ ମେହେର, ଆୟୁଷ ମେହେର, ଚନ୍ଦ୍ରଶେଖର ମେହେର, ଜଗନ୍ୟ ମେହେର, ସୋହନ ମେହେର, ଦେବାଶିଷ ମେହେର, କ୍ରିଶ ମେହେର, ରଞ୍ଜନ ମେହେର, ଦେବରାଜ ମେହେର, ମନୋଜ ଜଗତ, ଜିତେନ୍ଦ୍ର ମେହେର, ରଞ୍ଜନ ମେହେର, ଲକି ମେହେର, ରାକେଶ ମେହେର, ଘନଶ୍ୟାମ ମେହେର, ସଂଗ୍ରାମ ମେହେର, ଚନ୍ଦ୍ରଧ୍ୱଜ ମେହେର, ଉପେନ୍ଦ୍ର ମେହେର, ବିକାଶ ମେହେର, ହେମନ୍ତ ମେହେର, ହିମାଂଶୁ ମେହେର, ଭୂଷଣ ମେହେର, ତସ୍ମିନ ମେହେର, ମୁକେଶ ମେହେର, ଲିଙ୍ଗରାଜ ମେହେର, ଓମ ପ୍ରସାଦ ମେହେର, ନରେଶ ମେହେର, ଫଣୀନ୍ଦ୍ର ମେହେର, ଲମ୍ବୋଦର ମେହେର, ଚୈତନ୍ୟ ମେହେର, କ୍ଷୀରୋଦ ମେହେର, ଶଙ୍କର ମେହେର, ହରେକୃଷ୍ଣ ମେହେର, ମୁରଲୀ ମେହେର, ଗୌରବ ମେହେର ଓ ନୀତିଶ କୁମାର ମେହେର ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ। ବୈଠକ ଶେଷରେ ମନୋରଞ୍ଜନ ମେହେର ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha