Home ରାଜ୍ୟଖରିଆର ରୋଡ଼ ର ଜରାଜୀର୍ଣ୍ଣ ଜାତୀୟ ରାଜପଥରେ ଆଜି ରାତିରୁ ଆରମ୍ଭ ହେବ ଡାମରୀ କରଣ କାର୍ଯ୍ୟ, ସହରବାସୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି।

ଖରିଆର ରୋଡ଼ ର ଜରାଜୀର୍ଣ୍ଣ ଜାତୀୟ ରାଜପଥରେ ଆଜି ରାତିରୁ ଆରମ୍ଭ ହେବ ଡାମରୀ କରଣ କାର୍ଯ୍ୟ, ସହରବାସୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି।

by Maraguda Express
0 comments
ନୂଆପଡ଼ା – ୪/୮ – ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଜାତୀୟ ରାଜପଥ (NH) ଯୋଗୁଁ ହଇରାଣ ହେଉଥିବା ଖରିଆର ରୋଡ଼ ସହରବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିର ଖବର। ସହରବାସୀଙ୍କୁ ଧୂଳି ଓ ଖରାପ ରାସ୍ତା ସମସ୍ୟାରୁ ମୁକ୍ତି ଦେବା ଲକ୍ଷ୍ୟରେ ଆଜି ରାତିଠାରୁ ଜାତୀୟ ରାଜପଥର ଡାମରୀ କରଣ (Bitumen) କାର୍ଯ୍ୟର ଶୁଭାରମ୍ଭ ହେବ।
ପ୍ରଥମେ ଦିନବେଳେ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ଥିଲେ ମଧ୍ୟ, ସହରର ବ୍ୟବସାୟୀ, ଦୋକାନୀ, ଗ୍ରାହକ ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଧିକାରୀମାନଙ୍କୁ ରାତିରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁରୋଧ କରାଯାଇଥିଲା ବୋଲି ଜନ ପ୍ରିୟ ଏନଏସି ଅଧ୍ୟକ୍ଷା ଡ଼ ସୋନିଆ ଜୈନ ପ୍ରକାଶ କରିଛନ୍ତି ସେ ଆହୁରୀ କହିଥିଲେ ଯେ, ଜନସ୍ୱାର୍ଥକୁ ସର୍ବୋପରି ରଖି ସମସ୍ତ ଦୋକାନ ବନ୍ଦ ହେବା ପରେ କାର୍ଯ୍ୟ ଆରମ୍ଭ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜପଥର ଏହି କାର୍ଯ୍ୟ ନଗର ପାଳିକା ଅଧୀନରେ ଆସୁନଥିବା ସତ୍ତ୍ୱେ ମଧ୍ୟ ସହରବାସୀଙ୍କ ସମସ୍ୟାକୁ ନିଜ ଦାୟିତ୍ୱ ଭାବେ ଗ୍ରହଣ କରି ଅଧ୍ୟକ୍ଷା ଡ଼ ଜୈନ ଓ ତାଙ୍କ ସ୍ଵାମୀ ବିଜେପି ବରିଷ୍ଠ ନେତା ସୋମନାଥ ଅଗ୍ରୱାଲ(ଗୋଲ୍ଡି) ଏହାକୁ ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଲୋକ ନିର୍ମାଣ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ବାରମ୍ବାର ଆଣିଥିଲେ। ନିରନ୍ତର ବାରମ୍ବାର ପ୍ରୟାସ ଓ ସରକାରଙ୍କ ସହଯୋଗ ଫଳରେ ଆଜି ଏହି ବହୁ ପ୍ରତୀକ୍ଷିତ କାର୍ଯ୍ୟ ବାସ୍ତବ ରୂପ ନେବାକୁ ଯାଉଛି।
“ରାଜନୀତି କେବଳ ପଦବୀ ପାଇଁ ନୁହେଁ, ବରଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ହିଁ ମୋର ପ୍ରାଥମିକତା” ବୋଲି ଡ଼ ଜୈନ ପ୍ରକାଶ କରିଛନ୍ତି ଓ ସେହିପରି ସହରବାସୀଙ୍କ ବିଶ୍ୱାସ, ସ୍ନେହ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇ ଆଗାମୀ ଦିନରେ ମଧ୍ୟ ଜନସେବା ପ୍ରତି ସମାନ ନିଷ୍ଠାରେ କାର୍ଯ୍ୟ କରିବାର ସଂକଳ୍ପ ବ୍ୟକ୍ତ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha