49
ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଓ ସଂସ୍କୃତ ଦିବସ ପାଳିତ।
“କ୍ରୀଡ଼ାରେ ସୁସ୍ଥ ଶରୀର, ସଂସ୍କୃତରେ ସମୃଦ୍ଧ ଐତିହ୍ୟ—ଯୁବପିଢ଼ି ଗଢ଼ିବ ନୂଆ ଭବିଷ୍ୟତ।”
previous post
ନୂଆପଡ଼ା -୩୦/୮-ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ କ୍ରୀଡ଼ା ଦିବସ ଓ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଅଧ୍ୟାପକ ଡ଼. ସରୋଜ କୁମାର ପଣ୍ଡା, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ଓ ସହ-ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ସାଗରିକା ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ଆୟୋଜନ କରାଯାଇଥିଲା।
ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ସଂସ୍କୃତକୁ ଆମର “ଦେବ ଭାଷା ଓ ପୂଜ୍ୟ ଭାଷା” ଭାବେ ଅଭିହିତ କରି ଏହାର ସୁରକ୍ଷା ଓ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।ପରେ ମହାବିଦ୍ୟାଳୟରୁ ସମସ୍ତେ ଏକତ୍ରିତ ହୋଇ ନିକଟସ୍ଥ ମୁକ୍ତାପୁର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ପଦଯାତ୍ରାରେ କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଓ ଭାଷା-ସଂସ୍କୃତି ସୁରକ୍ଷାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।
କାର୍ଯ୍ୟକ୍ରମରେ କ୍ୟାପଟେନ ଡ଼. ବିଷ୍ଣୁ ଦେବ ସିଂ ମଲ୍ଲିକ, ଡ଼. ରାଜ କୁମାର ରତେ, ନିବେଦିତା ଆଚାରି, ସନ୍ତୋଷୀ ଶର୍ମା, ପ୍ରଣତି ପଣ୍ଡା, ପ୍ରମୋଦ ଜାଲ, ରୀତା ବାରିକ, ପ୍ରଦୀପ କୁମାର ବେହେରା, ଜିତେନ୍ଦ୍ର କଳସାଇ, ହରିହର ଭେସରା, ଅଭିଷେକ ରଥ, ଅଜିତେଶ ପାଢ଼ୀ, ବିବେକ ସାହୁ, ଆଶୁତୋଷ ଯୋଶୀ, ପରେସ କୁମାର ବାରିକ, ରବିନ୍ଦ୍ର ବାଗ, ବିଜୁ ନାଏକ, ଗିରିଧାରୀ ନାଏକ ଓ ଦୁଲ୍ଲଭ ବେହେରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।