Home ରାଜ୍ୟଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ଓ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ: ଶିକ୍ଷା ସହ ମାନସିକ ସ୍ଥିରତା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ।

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ଓ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ: ଶିକ୍ଷା ସହ ମାନସିକ ସ୍ଥିରତା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା-୨୯/୦୯- ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ମାନସିକ ସ୍ଥିରତା, ବ୍ୟକ୍ତିତ୍ୱ ବିକାଶ ଓ ସାମଗ୍ରିକ ଉନ୍ନତିକୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ ସଶକ୍ତିକରଣ କମିଟି ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମିଳିତ ଅନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସ୍ଥିରତା, ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଓ ସୁସ୍ଥ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
ଏହି ଅବସରରେ ଶକ୍ତିଶ୍ରୀ କମିଟିର ସଂଯୋଜିକା ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧିକାରୀ ଅଧ୍ୟାପିକା ରାଜଲକ୍ଷ୍ମୀ ରଥଙ୍କ ସମେତ ଅଧ୍ୟାପିକା ନିବେଦିତା ଆଚାରି, ଅଧ୍ୟାପିକା ରାଜେଶ୍ୱରୀ କରୁଁଆ, ଅଧ୍ୟାପିକା ପ୍ରଣତି ପଣ୍ଡା, ଶକ୍ତିଶ୍ରୀ ସାଥୀ ଛାତ୍ରୀ ଚିନ୍ମୟୀ ବାରିକ ଓ ଛାତ୍ରୀ ନମ୍ରତା ଖମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଖଡ଼ିଆଳ ଓଁ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟର ପ୍ରମୁଖ ସଦସ୍ୟା ବି.କେ. ସୂର୍ଯ୍ୟକାନ୍ତି ଅପା ଯୋଗଦେଇ ବ୍ୟକ୍ତି, ଆତ୍ମା ଓ ପରମାତ୍ମାର ଧାରଣା ସହିତ ମାନସିକ ସ୍ଥିରତା ଏବଂ ମାନସିକ ବିକାଶର ପ୍ରକୃତ ମାର୍ଗ ସମ୍ପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।
ସେହିପରି ସମ୍ମାନନୀୟା ପିଙ୍କି ଅପା ନିଜର ଆଚରଣ ଓ ବ୍ୟବହାର ମାଧ୍ୟମରେ କିପରି ମାନସିକ ବିକାଶ ଓ ସକାରାତ୍ମକ ପରିବର୍ତ୍ତନ ଆଣିହେବ, ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇ ଶିକ୍ଷା ସହିତ ମାନସିକ ସୁସ୍ଥତା, ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଓ ସାମଗ୍ରିକ ବିକାଶର ଗୁରୁତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତନ ଓ ଆତ୍ମବିକାଶର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha