Home ରାଜ୍ୟନୂଆପଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ :“ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ।

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ :“ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା, ୧୭/୧୧- ସତ୍ୟ, ନିରପେକ୍ଷତା ଓ ନୈତିକତା ହେଉଛି ସାମ୍ବାଦିକତାର ମୂଳ ଆଧାର। ଲୋକପ୍ରିୟତା ପଛରେ ନ ଧାଇ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟବୋଧ ଓ ସାମାଜିକ ଦାୟିତ୍ୱକୁ ସର୍ବଦା ପ୍ରାଥମିକତା ଦେବା ଆବଶ୍ୟକ। ଏଭଳି ମତ ପ୍ରକାଶ ପାଇଛି ଗତକାଲି ନୂଆପଡ଼ାଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ସମାରୋହରେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ନୂଆପଡ଼ା ପକ୍ଷରୁ ସଦ୍‌ଭାବନା ସଭାଗୃହଠାରେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷର ଆଲୋଚନାର ବିଷୟବସ୍ତୁ ରହିଥିଲା “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ”। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ସାମ୍ବାଦିକ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରଫେସର କେଶରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ଯୋଗଦେଇଥିଲେ।
ନିଜ ଅଭିଭାଷଣ ରେ ମୁଖ୍ୟବକ୍ତା ପ୍ରଫେସର କେଶରଞ୍ଜନ ପ୍ରଧାନ କହିଥିଲେ ଯେ, ସାମ୍ବାଦିକତା କେବଳ ଲୋକ ପ୍ରିୟତା ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱ। ଜଣେ ସାମ୍ବାଦିକ ନିଜର ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ବଜାୟ ରଖିବା ସହିତ ଲୋକପ୍ରିୟତା ମଧ୍ୟ ହାସଲ କରିପାରିବେ। ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନୈତିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦେବା ଉପରେ ସେ ମତ ପ୍ରକାଶ କରିଥିଲେ।
ବର୍ତ୍ତମାନର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସାମ୍ବାଦିକମାନଙ୍କ ଭୂମିକା ଓ ଦାୟିତ୍ୱ ଅଧିକ ଗୁରୁତ୍ୱ ବହନ କରୁଥିବାବେଳେ ସମାଜକୁ ସଠିକ୍ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରିବା ହିଁ ସାମ୍ବାଦିକତାର ପ୍ରକୃତ ଲକ୍ଷ୍ୟ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମକୁ ବିଭୁ ମିଶ୍ର ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ। ଆଜି ର ପ୍ରେସ ଡେ ରେ ସାମ୍ବାଦିକ ସୁରେଶ ଆଚାରି,ସୁରେନ୍ଦ୍ର ତିୱାରୀ , ଲୋକନାଥ ମହାପାତ୍ର, ଶିଶିର ଭୂୟାଁ, ଦେବାନନ୍ଦ ତାଣ୍ଡି, ଦୀପକ୍ ମିଶ୍ର,ଶିମାଞ୍ଚଳ ମହାପାତ୍ର,ଅନିଲ। ପାଣିଗ୍ରାହୀ,ଅମିତ୍ ପୁରୋହିତ,ରତନ କେତକୀ,ଅଶ୍ଵିନୀ ପାଣିଗ୍ରାହୀ, ଯୁଧିଷ୍ଟିର ପଟେଲ,ରାହୁଲ ବାଗ,ଦିଲୀପ ଦଲପତି,ଅଂଶୁମାନ ଅଗସ୍ତି,ସତ୍ୟ ମାଝି,ବିଶିକେଶନ୍ ପଣ୍ଡା,କିଶୋର କଠାର ସହ ଜିଲ୍ଲା ର କୋଣ ଅନୁକୋଣରୁ ବହୁ ସାମ୍ୱାଦିକ ଯୋଗ ଦେଇଥିଲେ।
ସତ୍ୟର ସନ୍ଧାନ, ନିରପେକ୍ଷତାର ସୁରକ୍ଷା ଓ ଜନସ୍ୱାର୍ଥର ପ୍ରତିଫଳନ ହିଁ ହେଉଛି ସାମ୍ବାଦିକତାର ପ୍ରକୃତ ପରିଚୟ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha