17
ସୂଚନା ଅନୁଯାୟୀ, କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ଦେଓସିଲ ଗ୍ରାମର ଦେଓସିଂ ପହରିଆ ଓ ରାଜକୁମାର ପହରିଆ (ବୟସ ପ୍ରାୟ ୨୦ରୁ ୨୫ ବର୍ଷ) ତିଖାଲି ଗ୍ରାମରେ ଏକ ବିବାହ ଭୋଜିରେ ଯୋଗଦେଇ ମୋଟରସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଜାମଗାଁ ଘାଟି ନିକଟରେ ହଠାତ୍ ଦୁଇଟି ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅଚାନକ ଘଟିଥିବା ଏହି ଆକ୍ରମଣରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ବନ ବିଭାଗର କର୍ମଚାରୀଙ୍କ ସହଯୋଗରେ ଉଭୟ ଆହତଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
Table of Contents
ନୂଆପଡ଼ା- ୨୨/୧୧- ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ପୁଣି ଭାଲୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଦୁଇଟି ଭାଲୁଙ୍କ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବାବେଳେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ଓ ବନ ବିଭାଗର ସହଯୋଗରେ ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଉଭୟ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।