9
ସିନାପାଲି -୨୩/୩ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ଆସନ୍ତା ୨୭ ମାର୍ଚ୍ଚ ୨୦୨୬ ତିନିଦିନ ଧରି ସିନାପାଲି ଉଦନ୍ତି ମହୋତ୍ସବ ହେବାକୁ ଥିବାବେଳେ ଉଦନ୍ତି ମହୋତ୍ସବ କମିଟି ତରଫରୁ ସିନାପାଲି ହାଇସ୍କୁଲ ସଭାଗୃହ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆହୁତ ହୋଇଥିଲା। ଉଦନ୍ତି ମହୋତ୍ସବ କମିଟି ସଭାପତି ପ୍ରିୟରଞ୍ଜନ ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ଉଦନ୍ତି ମହୋତ୍ସବ କମିଟି ଉପଦେଷ୍ଟା ବରିଷ୍ଠା ଆଇନଜୀବୀ ବୈଶମ୍ପାୟନ ମେହେର, ଡମ୍ୱରୁଧର ମେହେର, ତୁଲସିରାମ ମେହେର, ରବିନ୍ଦ୍ରନାଥ ଯୋଶୀ, ସମ୍ପାଦକ ସୁରଜ ମେହେର, କୋଷାଧ୍ୟକ୍ଷ ଦିବ୍ୟରଞ୍ଜନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ କମିଟି କୋଷାଧ୍ୟକ୍ଷ ଶ୍ରୀ ନାଏକ ଅତିଥି ପରିଚୟ ତଥା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ମହୋତ୍ସବ ଉଦେଶ୍ଯ ନେଇ ମଞ୍ଚାସୀନ ଅତିଥି ମାନେ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ। ମହୋତ୍ସବ ଏହି ଅଞ୍ଚଳର ଏକ ଭାଇଚାରାର ପର୍ବ ହୋଇଥିବା ବେଳେ କଲା ଓ ସାହିତ୍ୟ ପର୍ବ ଅଟେ। ଗତ ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜକୁ ୨୧ ବର୍ଷ କୁ ପଦାର୍ପଣ କରି ସାରିଛି। ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅଞ୍ଚଳର କଲାକାର ଏଠାରେ ନିଜର କଲା ପଦର୍ଶନ କରିଛନ୍ତି। ଅନେକ ଲୋକେ ସମ୍ମାନିତ ହେଉଛନ୍ତି।ଏହି ମହୋତ୍ସବ ନେଇ ଆଳୋଚନା ଚକ୍ର, କବିତା ପାଠ, କୁଇଜ, ସମେତ ବିଭିନ୍ନ ପ୍ରତିଯୋଗିତାମାନ କରାହେଉଛି।
ଏହା ଏକ ମହୋତ୍ସବ ନୁହେ ଭାଇଚାରାର ପର୍ବ ହୋଇଥିବା ବେଳେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ଯ କାର୍ଯ୍ୟକାରୀ ହେଉଛି। ଅନେକ ନେତା ରାଜନେତା,ସରକାରୀ ପ୍ରଶାସନିକ ଅଧିକାରୀ ଏହି ମଞ୍ଚ ରେ ନିମନ୍ତ୍ରଣ ଅତିଥି ଭାବେ ଯୋଗଦାନ କରି ବିକାଶ ଦିଗରେ କାର୍ଯ୍ୟ କରିଥାନ୍ତି। ଏହି ମହୋତ୍ସବ ରେ ଅଞ୍ଚଳର କଲା ସାଂସ୍କୃତିକ ସହ ଜିଲ୍ଲା, ରାଜ୍ୟ ତଥା ରାଜ୍ଯ ବାହାର କଲାକାର ମଧ୍ଯ ନିମନ୍ତ୍ରଣ ଅତିଥି ଭାବେ ଆସି ନିଜର କଲା ପଦର୍ଶନ କରୁଥିବା ମତ ପ୍ରକାଶ ପାଇଥିଲା। ଏହି ମହୋତ୍ସବ ରେ ପୋଲିସ ପ୍ରଶାସନର କଡା ସୁରକ୍ଷା ସାଙ୍ଗକୁ କମିଟି ଭୋଲେଣ୍ଟିଅର ଭାବେ ଏକ ଶହରୁ ଅଧିକ ସଦସ୍ଯ ସୁରକ୍ଷା ଦାୟିତ୍ୱ ରହେବେ।ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ, ଦମକଲ, ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ବିଭାଗୀୟ ସୁବିଧା ବ୍ୟବସ୍ଥା ରହିବ। ମଞ୍ଚ ନିର୍ମାଣ କାମ ଚାଲିଛି ଖୁବ ଶୀଘ୍ର ସରିଯିବ। ଏବଂ ଉଦଘାଟନୀ ଦିବସ ପ୍ରାରମ୍ଭ ରେ ସକାଲ ସମୟରେ ଗାଁ ଦେବୀ ମହୁଲ ଗଛେନ ଦୁର୍ଗା ମନ୍ଦିର ରୁ ମଶାଲ ଯାତ୍ରା ବାହାରି ଗାଁ ପରିକ୍ରମା କରି ମହୋତ୍ସବ ମଞ୍ଚରେ ମଶାଲ ସ୍ଥାପନ ହେବ। ସଂନ୍ଧ୍ଯା ରେ ଉଦଘାଟନ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ଏହି ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ୍ କରିଥିବା ବେଳେ ମୁଖ୍ଯ ଆକର୍ଷଣ ଭାବେ ସମ୍ୱଲପୁରୀ ଗାୟକ ଉମାକାନ୍ତ ବାରିକ ରହିବେ ତା ସାଙ୍ଗକୁ ଓଡିଆ ଚଲଚ୍ଚିତ୍ର ସିରିଏଲ ଅଭିନେତ୍ରୀ ମଧ୍ଯ ଆସି ମଞ୍ଚ ରେ ନିଜର କଲା ପଦର୍ଶନ କରିବେ ବୋଲି କମିଟି ସଭାପତି ଶ୍ରୀ ମେହେର ସୁଚନା ଦେଇଛନ୍ତି।ଏହି ସାମ୍ୱାଦିକ ସମ୍ମିଳନୀ ରେ କମିଟି ର ଅନେକ ସଦସ୍ଯ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।