
ବୋଡ଼େନ -୭/୮(ଜଗତ ରାମ ଦଣ୍ଡସେନା) ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟ ରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ,ବୋଡେ଼ନ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା,ବୋଡେ଼ନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ସଂଜୀବ କୁମାର ନାୟକ ,ବ୍ଲକ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର, ପିଡଲ୍ଲୁ ଯନ୍ତ୍ରୀ ଅମୋଘ ପଣ୍ଡା,ସୁନାପୁର ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମୁଣ୍ଡ, ସଦସ୍ୟା ବୋଡେ଼ନ ଡିଗ୍ରୀ ମହା ବିଦ୍ୟାଳୟର ଅଧ୍ୟାପିକା ପ୍ରୀତି ସୁଧା ପଣ୍ଡା, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ,ଅନିମା ବାରିକ, ନରୋତ୍ତମ ବାଗ, ଲିଲି ପଟେଲ, ଯଦୁମଣି ବାରିକ ସହ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ବିଦ୍ୟାଳୟ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଦେଖି ବେଶ ପ୍ରଶଂସା କରିଥିଲେ l ଏହା ସହ ଗତ ବର୍ଷରେ ଦଶମ ଏବଂ ଦ୍ୱାଦଶ ବାର୍ଷିକ ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ଫଳାଫଳରୁ ୯୨ % ପ୍ରତିଶତ ପାସ ଫଳାଫଳ କୁ ଦେଖି ଜିଲ୍ଲାପାଳ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଟାରୀଙ୍କୁ ବେଶ ପ୍ରଶଂସା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେଇ ଲଥିଲେ l ଆଗାମୀ ବର୍ଷରେ ବାର୍ଷିକ ଫଳାଫଳ ଯେମିତି ସତ ପ୍ରତିଶତ ହେବ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।
ବୋଡ଼େନ ବ୍ଲକ : ଆଦର୍ଶ ବିଦ୍ୟାଳୟ ରେ ପରିଚାଳନା କମିଟି ବୈଠକ।
142