Home ରାଜ୍ୟଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ : ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ।

ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ : ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ।

by Maraguda Express
0 comments

ନୂଆପଡ଼ା -୨୯/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୁଲ୍ୟରେ” ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଆୟୋଜିତ ବୈଠକରେ ନୂଆପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଜୈନ ଅଗ୍ରୱାଲା ଅତିଥି ଭାବରେ ଯୋଗଦେଇ ଉଦ୍ୟୋଗୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର ମୁଦୁଲି ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବୈଠକରେ ବିଭିନ୍ନ ଶିଳ୍ପପତି, ସାଧାରଣ ଉଦ୍ୟୋଗୀ , ଟ୍ରାନ୍ସଜେଣ୍ଡର, ମହିଳା, ଭିନ୍ନକ୍ଷମ ଉଦ୍ୟୋଗୀ ମାନଙ୍କ ସମାବେଶ ହୋଇଥିଲା l ବିଭାଗୀୟ ଅଧିକାରୀ ମାନେ PMEGP ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, PMFME ପ୍ରଧାନମନ୍ତ୍ରୀଙ୍କର ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ, CM SRIM ମୂଖ୍ୟମନ୍ତ୍ରୀ ଆତ୍ମନିର୍ଭର ଋଣ ସୁଧ ରିହାତି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ସମ୍ବନ୍ଧରେ ଉଦ୍ୟୋଗୀ ମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଭାବରେ ବୁଝାଇଥିଲେ । ଅନୁସୂଚିତ ଜାତି, ଜନଜାତି, ମହିଳା, ଭିନ୍ନକ୍ଷମ ଉଦ୍ୟୋଗୀ ମାନଙ୍କ ପାଇଁ ଥିବା ସୁବିଧା ବାବଦରେ ଜଣାଇଥିଲେ । ସମସ୍ତଙ୍କୁ ସଂଵୋଧନ କରି ଜିଲ୍ଲାପାଳ କହିଲେ ଯେ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣଙ୍କୁ ସରକାରଙ୍କ ସମସ୍ତ ଉଦ୍ୟୋଗ ଯୋଜନା ସମ୍ବନ୍ଧରେ ଜଣାନ୍ତୁ । ଜିଲ୍ଲାର ଯୁବକ ମାନେ ବାହାର ରାଜ୍ୟକୁ ଚାକିରି ଖୋଜି ନଯାଇ ନିଜେ ଉଦ୍ୟୋଗୀ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଦିଅନ୍ତୁ । ଏହି ଅବସରରେ ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ଼ କେ ପାର୍ଥସାରଥୀ ଦୋରା, ଡି ପି ସି ମିଶନ ଶକ୍ତି ସୁନୀଲ କୁମାର୍ ମଲ୍ଲିକ ପ୍ରମୁଖ ନିଜ ନିଜ ବିଭାଗର ଉଦ୍ୟମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ ।ଅତିଥି ମାନେ ଯୁବା ବର୍ଗଙ୍କୁ ସ୍ବାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ l ଜିଲ୍ଲାପାଳ ଉଦ୍ୟୋଗୀ ମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକର ବର୍ଜନ ପାଇଁ ସହାୟକ ଉଦ୍ୟୋଗ ତଥା ଫ୍ଲାଇ ଆସ ଇଟା ୟୁନିଟ୍ ସ୍ଥାପନ ପାଇଁ ଆହ୍ବାନ କରିଥିଲେ| ଉକ୍ତ କାର୍ଯ୍ୟକ୍ରମରେ ଉଦ୍ୟମୀ ମାନଙ୍କୁ ୫୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ତଥା ୬ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସମ୍ବନ୍ଧିୟ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି| ପୁନଶ୍ଚ ଦୁଇ ଜଣ ସଫଳ ଉଦ୍ୟୋଗୀ କୁନ୍ତୀ ସାହୁ ଓ ଟିକେରାମ ସାହୁଙ୍କୁ ବୈଠକରେ ସମ୍ବର୍ଦ୍ଧିତ କରାଗଲା| ଜିଲ୍ଲାପାଳ କହିଲେ ଆମେ ଉପାନ୍ତ ଜିଲ୍ଲା ନୂଆପଡାକୁ ସଂଭ୍ରାନ୍ତ ଜିଲ୍ଲା ଘୋଷଣା କରିଛୁ l ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୁବା ବର୍ଗ ଆଗେଇ ଆସନ୍ତୁ। ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଗ୍ୟାରେଣ୍ଟି ଦେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha