Home ରାଜ୍ୟଉପନିର୍ବାଚନ ପାଇଁ ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ଦେଲେ।

ଉପନିର୍ବାଚନ ପାଇଁ ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ଦେଲେ।

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ ଜିଲ୍ଲାର ମାଷ୍ଟର ଟ୍ରେନର ମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ଦେଲେ l ଇ ଭି ଏମ୍, ଭି ଭି ପାଟ୍ ଓ କଣ୍ଟ୍ରୋଲ ୟୁନିଟ ପରିଚାଳନା ସମ୍ଵନ୍ଧରେ ପ୍ରାକ୍ଟିକାଲ୍ ଟ୍ରେନିଂ ଦିଆଗଲା।

by Maraguda Express
0 comments

ନୂଆପଡା-୧୧/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ତାରିଖରେ ଏବଂ ଗଣତି ୧୪ ତାରିଖରେ ଅନୁଷ୍ଠିତ ହେବ l ଏଥିପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ଘନ ଘନ ଟ୍ରେନିଂ ଦେଉଛନ୍ତି l ଏହି କ୍ରମରେ ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର, ଆସେମ୍ୱଲି ସ୍ତରୀୟ ମାଷ୍ଟର ଟ୍ରେନର ଏବଂ ସେକ୍ଟର ଅଧିକାରୀ ମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ ।

ଶ୍ରୀ ସାହୁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଜାତୀୟ ସ୍ତରର ଜଣେ ନିର୍ବାଚନ ସମ୍ବନ୍ଧୀୟ ମାଷ୍ଟର ଟ୍ରେନର ଅଟନ୍ତି lସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ତାଲିମ ଦେବା ସହିତ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଜିଲ୍ଲାପାଳ ଟ୍ରେନର ମାନଙ୍କୁ ସ୍ବାଗତ କରି ସେମାନଙ୍କ ଗୁରୁ ଦାୟିତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ l ଶ୍ରୀ ସାହୁ ସମ୍ପୂର୍ଣ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା ପାଇଁ ଟ୍ରେନିଂ ଦେବା ନିମିତ୍ତ ଅଧିକାରୀ ମାନଙ୍କୁ ଆବଶ୍ୟକ ସମସ୍ତ ସୂଚନା ପ୍ରଦାନ କରିଥିଲେ l ପ୍ରିଯାଇଡିଂ ଏବଂ ସମସ୍ତ ପୋଲିଂ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ l ସେ କହିଲେ ଯେ ଭୋଟର୍ ମାନଙ୍କ ତାଲିକାରେ ନାମଥାଇ ଭୋଟର୍ କାର୍ଡ ନଥିଲେ ନିର୍ବାଚନ କମିଶନ୍ ଙ୍କ ଦ୍ଵାରା ସୂଚିତ ୧୨ ଗୋଟି ପରିଚୟ ପତ୍ର ରୁ କୌଣସି ଗୋଟିଏ ବି ଆଣି ମତଦାନ କରି ପାରିବେ l ଏଥର ଭୋଟର ମାନେ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନିଜ ମୋବାଇଲ୍ ନେଇ ପାରିବେ ,କିନ୍ତୁ ପ୍ରବେଶ ପୂର୍ବରୁ ଏହାକୁ ଅଧିକାରୀ ଙ୍କୁ ଜମା ଦେବେ l ନୂଆପଡା ନିର୍ବାଚନ ମଣ୍ଡଳୀରେ ଏଥର ୪୭ ଟି ସ୍ପର୍ଶକାତର ବୁଥ ଅଛି l ଜିଲ୍ଲାର ଦୁର୍ଗମ ସ୍ଥାନରେ ଥିବା ୮ ଟି ବୁଥ କୁ ପୋଲିଂ ଅଧିକାରୀ ମାନଙ୍କୁ ଯିବାପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯିବ l ଏଥର ସମସ୍ତ ୩୫୮ ଟି ବୁଥ ରେ ୱେବ୍ କାଷ୍ଟିଂ କରାଯିବ l କେଉଁ ବୁଥ ରେ ଭୋଟିଂ ମେସିନ୍ ଖରାପ ହେଲେ ୧୫ ମିନିଟ୍ ମଧ୍ୟରେ ସେକ୍ଟର ଅଫିସର୍ ମାନେ ନୂତନ ମେସିନ୍ ଯୋଗାଇ ଦେବେ l ଏହା ସହିତ ଜିଲ୍ଲା କଣ୍ଟ୍ରୋଲ ରୁମ୍ ରେ ଏ ବିଷୟରେ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଜଣେ ଇଞ୍ଜିନିୟର ରହିବେ l ଶେଷରେ ଟ୍ରେନର ମାନଙ୍କୁ ବିଭିନ୍ନ ଗ୍ରୁପ୍ ରେ ବିଭକ୍ତ କରି ଇ ଭି ଏମ୍, ଭି ଭି ପାଟ୍ ଓ କଣ୍ଟ୍ରୋଲ ୟୁନିଟ ସମ୍ଵନ୍ଧରେ ପ୍ରାକ୍ଟିକାଲ୍ ଟ୍ରେନିଂ ଦିଆଯାଇଥିଲା l ଏହାପରେ ଟ୍ରେନର ମାନେ ସମସ୍ତ ପ୍ରିଯାଇଡିଂ ଏବଂ ପୋଲିଂ ଅଫିସର୍ ମାନଙ୍କୁ ଏହି ଟ୍ରେନିଂ ପ୍ରଦାନ କରିବେ l
ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସମସ୍ତ ବି ଡି ଓ, ତହସିଲଦାର , ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ୍, ସମସ୍ତ ମାଷ୍ଟର ଟ୍ରେନର ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha