
ନୂଆପଡ଼ା -୭/୯ (ସୁରେନ୍ଦ୍ର ତିୱାରୀ) ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ସେବା ପକ୍ଷ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଭାରତ ର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ” କାର୍ଯ୍ୟକ୍ରମ ପାଇଁ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ନୂଆପଡ଼ା ଠାରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା, ପୂର୍ବତନ ସାଂସଦ ନବରଙ୍ଗପୁର ପର୍ଶୁରାମ ମାଝୀ,ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା,ସୁବ୍ରତ ଠାକୁର ପ୍ରମୁଖ ମଞ୍ଚାସିନ ଥିଲେ । ତୁଲସ ପଟେଲ, ପ୍ରକାଶ କଳାର, ଅତିନ୍ଦ୍ରଜିତ୍ ସିଂ ମଲ୍ଲିକ,ଅଜିତ ଚଲାନ,ଜ୍ଞାନ ମେଘ୍,ସଞ୍ଜୟ ତିୱାରୀ ସଦାନନ୍ଦ ଯୋଷି ଏବଂ ସମସ୍ତ ମଣ୍ଡଳ ସଭାପତି,କାର୍ଯ୍ୟକର୍ତ୍ତା ବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ।
ସେବା ପକ୍ଷ ପାଳନ ପାଇଁ ଭାଜପା ର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ।
"ଭାରତ ର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ "ସେବା ପକ୍ଷ" କାର୍ଯ୍ୟକ୍ରମ"
110
previous post