Home ରାଜ୍ୟଉପ ନିର୍ବାଚନ ପାଇଁ ପ୍ରଶାସନ ଚଳ ଚଞ୍ଚଳ।ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା।

ଉପ ନିର୍ବାଚନ ପାଇଁ ପ୍ରଶାସନ ଚଳ ଚଞ୍ଚଳ।ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା।

ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ମାନଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଦଳ ମାନେ ଶିଘ୍ର ଯାଞ୍ଚ କରନ୍ତୁ

by Maraguda Express
0 comments

ନୂଆପଡା -୨୮/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଶାସନ ଚଳ ଚଞ୍ଚଳ ହୋଇ ଉଠିଛି।ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବ୍ଜାର୍ଭର୍ ସଚିନ ରାମଚନ୍ଦ୍ର ଯାଦବ ନୂଆପଡା ଗସ୍ତ କରି ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପ୍ରଶାସନର ବରିଷ୍ଠ ଅଧିକାରୀ, ଇ ଆର ଓ, ଏ ଇ ଆର ଓ ଏବଂ ମାନ୍ୟତାପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳ ସହିତ ବିଶେଷ କରି ଏସ ଏସ ଆର ସମ୍ବନ୍ଧରେ ସବିଶେଷ ଆଲୋଚନା କରିଛନ୍ତି।ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏଥିରୁ ଜଣା ଗଲା ଯେ ନୂଆପଡା ରେ ଚିଠା ଭୋଟର୍ ତାଲିକା ପ୍ରକାଶିତ ହୋଇ ସାରିଛି ।ଏହି ନିର୍ବାଚନ ମଣ୍ଡଳୀ ରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି।ସମସ୍ତ କେନ୍ଦ୍ର ପାଇଁ ୩୫୮ ଜଣ ପ୍ରାଥମିକ ଶିକ୍ଷକ ବି ଏଲ ଓ ରୂପେ ନିଯୁକ୍ତ ହୋଇଛନ୍ତି । ଏଠାରେ ସର୍ବମୋଟ ୬୭୧୨ ଟି ଆବେଦନ ଭୋଟର ତାଲିକା ଦାବି ଓ ସଂଶୋଧନ ପାଇଁ ମିଳିଥିଲା।ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨,୪୮,୩୮୨ । ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧,୨୨,୧୪୮, ମହିଳା ଭୋଟର ସଂଖ୍ୟା ୧,୨୬,୨୧୩ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ। କମିଶନର ବୈଠକକୁ ସମ୍ବୋଧନ କରି କହିଲେ ଯେ ସମସ୍ତ ରାଜନୈତିକ ଦଳ ଆଗାମୀ ଉପ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ପ୍ରଶାସନ କୁ ସହଯୋଗ କରନ୍ତୁ । ସବୁ ଯୋଗ୍ୟ ଭୋଟର ଙ୍କ ନାମ ତାଲିକା ରେ ରହିବା ଆବଶ୍ୟକ । ୮୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଭୋଟର୍ ଙ୍କ ଯାଞ୍ଚ ସଠିକ୍ ଭାବରେ ହେବ। ସମସ୍ତ ଦଳ ସବୁ ବୁଥ୍ ପାଇଁ ବୁଥ ଲେବେଲ ଏଜେଣ୍ଟ ମାନଙ୍କ ତାଲିକା ଶୀଘ୍ର ଦାଖଲ କରିବେ। ଯେଉଁ ଝିଅ ମାନେ ବାହା ହୋଇଯାଇଛନ୍ତି, ସେମାନଙ୍କ ଭୋଟର୍ ତାଲିକା କେବଳ ଗୋଟିଏ ରହିବ।ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ମାନଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଦଳ ମାନେ ଶିଘ୍ର ଯାଞ୍ଚ କରନ୍ତୁ। ସବୁ ବୁଥ ମାନଙ୍କରେ ସମସ୍ତ ସୁବିଧା ସହିତ ସଂରଚନା ଠିକ୍ ଅଛି ନା ନାହିଁ ପ୍ରଶାସନ ତଦାରଖ କରୁ।ଆଜିର ବୈଠକରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ,ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ଏ ଇ ଆର୍ ଓ, ବିଡ଼ିଓ କୋମନା ସର୍ବେଶ୍ଵର ଜାଲ, ବିଡ଼ିଓ ନୂଆପଡା ରୋହିତ ଭୋଇ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ ପ୍ରସ୍ତୁତି ବିବରଣୀ ପାଠ କରିଥିଲେ ।ରାଜନୈତିକ ଦଳରୁ ଜିଲ୍ଲା ବିଜେପି ସଭାପତି କମଲେଶ କୁମାର୍ ଦୀକ୍ଷିତ, କଂଗ୍ରେସ ଦଳ ରୁ ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳ ରୁ ରମାକାନ୍ତ ସିଂ କ୍ଷତ୍ରିୟ , ଆପ୍ ରୁ ଗଗନ ମାଝି ପ୍ରମୁଖ ଯୋଗଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha