ନୂଆପଡ଼ା -୪/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ରେଳ ଷ୍ଟେସନ୍ ରେ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ ନଥିବା ରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ମୁଖ୍ୟାଳୟ ର ଏ ଅବସ୍ଥା,ଡବଲ ଇଞ୍ଜିନ ସରକାର ହେଲେ ଜନତାଙ୍କ ସମସ୍ୟା ଶୁଣିବେ ବୋଲି ବିଶ୍ୱାସ ଥିଲା ହେଳେ ମଉଳି ଯାଇଛି ଆଶା। ରେଳ ମନ୍ତ୍ରୀ ଓଡ଼ିଶା ରେ ଜିଲ୍ଲାପାଳ ଥିଲେ ହେଲେ ଓଡିଆଙ୍କ ସମସ୍ୟା ପ୍ରତି ତତ୍ପର ନୁହଁନ୍ତି ବୋଲି ଅଭିଯୋଗ ହେଉଛି। ଜିଲ୍ଲା ସଦର ମହକୁମା ହୋଇ ମଧ୍ୟ ଏଠି ଦ୍ରୁତଗାମୀ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ ଦିଆଯାଉ ନାହିଁ। ଭିତ୍ତି ଭୂମି ଥାଇ କାହିଁକି ଏଠି ରହଣୀ ଦିଆଯାଉ ନାହିଁ ଅଞ୍ଚଳ ଜନସାଧାରଣ ସାଂସଦଙ୍କୁ ପ୍ରଶ୍ନ କରୁଛନ୍ତି ? ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ବିଶାଖାପାଟନା – ହଜରତ ନିଜାମୁଦ୍ଦିନ- (ଟ୍ରେନ ନମ୍ୱର – ୧୨୮୦୭) ବିଶାଖାପାଟନା ସୁପର ଫାଷ୍ଟ ସମତା ଏକ୍ସପ୍ରେସ ଉଭୟ ପଟୁ, ସୁରତ- ପୁରୀ- ସୁରତ (ଟ୍ରେନ୍ ନମ୍ୱର୍ ୨୨୮୨୮-) ଉଭୟ ପଟୁ, ଯୋଧପୁର- ପୁରୀ- ଯୋଧପୁର ଉଭୟ ପଟୁ, ଗାନ୍ଧୀଧାମ- ପୁରୀ – ଗାନ୍ଧୀଧାମ (ଟ୍ରେନ ନମ୍ୱର ୧୨୯୯୪) ଉଭୟ ପଟୁ, ପୁରୀ- ମୁମ୍ୱାଇ- ପୁରୀ (ଟ୍ରେନ୍ ନମ୍ୱର – ୧୨୧୪୫) ଉଭୟ ପଟୁ, ବିଶାଖାପାଟନା- ମୁମ୍ୱାଇ- ବିଶାଖାପାଟନା (ଟ୍ରେନ ନମ୍ୱର – ୨୨୮୪୭) ଉଭୟ ପଟୁ, ଶିରଡି ସାଇଁ ନଗର- ପୁରୀ – ଶିରଡି ସାଇଁ ନଗର (ଟ୍ରେନ ନମ୍ୱର – ୨୦୮୭୫) ଉଭୟ ପଟୁ,ବନ୍ଦେ ଭାରତ ଦୁର୍ଗ – ବିଶାଖାପାଟନା (ଟ୍ରେନ ନମ୍ୱର୍ – ୨୦୮୩୦- ଉଭୟ ପଟୁ, ପୁରୀ – ଅହମଦାବାଦ – ପୁରୀ ଟ୍ରେନ ନମ୍ୱର – ୨୦୮୬୧ (ଭାୟା – ସମ୍ବଲପୁର) ଉଭୟ ପଟୁ, ଭଗତ କି କୋଠି- ବିଶାଖାପାଟନା ( ଟ୍ରେନ ନମ୍ୱର୍ -୧୮୫୭୩) ପୁରୀ- ଆଜମେର -ପୁରୀ (ଟ୍ରେନ ନମ୍ୱର -୨୦୮୨୩) ଉଭୟ ପଟୁ ଉପରୋକ୍ତ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ର ରହଣୀ ନୂଆପଡ଼ା ରେଳ ଷ୍ଟେସନ ରେ ନାହିଁ। ଏହା ବ୍ୟତିତ ଇସ୍ପାତ ଏକ୍ସପ୍ରେସ ହାଓଡ଼ା – କଣ୍ଟାବାଞ୍ଜି ଏକ୍ସପ୍ରେସ (ଟ୍ରେନ ନମ୍ୱର – ୨୨୮୬୨) କୁ ଖରିଆର ରୋଡ ଯାଏଁ ସମ୍ପ୍ରସାରଣ , ସମତା ସୁପର ଫାଷ୍ଟ ଏକ୍ସପ୍ରେସ (ଟ୍ରେନ ନମ୍ୱର – ୧୨୮୦୭) ଓ ପୁରି- ଅହମଦାବାଦ (ଟ୍ରେନ ନମ୍ୱର – ୧୨୮୪୪) ଦୈନିକ ଉଭୟ ପଟୁ ଚଳାଚଳ, ଦ୍ଵୀ ସାପ୍ତାହିକ ତିରୁପତି ବିଲାସପୁର ଏକ୍ସପ୍ରେସ (ଟ୍ରେନ ନମ୍ୱର- ୧୭୪୮୨) କୁ ପ୍ରୟାଗରାଜ ଯାଏଁ ସମ୍ପ୍ରସାରଣ ହେଲେ ଗଙ୍ଗା ନଦୀ ରେ ଅସ୍ଥି ବିସର୍ଜନ କରିବା ପାଇଁ ସିଧସଳଖ ଟ୍ରେନ ମିଳିପାରନ୍ତା । ନୂତନ ଟ୍ରେନ ରୁପେ ଉଜ୍ଜୈନ- (ଭାୟା ଟିଟିଲାଗଡ,ରାୟପୁର) -ପୁରୀ, ଦେଶ ର ମୁମ୍ବାଇ ଦିଲ୍ଲୀ ପାଇଁ ସିଧା ସଳଖ ଟ୍ରେନ ଏ ଅଞ୍ଚଳ ରୁ ଥିଲେ ହେଁ ଚେନ୍ନାଇ, ହାଇଦ୍ରାବାଦ, ପୁନେ, ବାଙ୍ଗାଲୋର ଓ ନର୍ଥ- ଇଷ୍ଟ କରିଡ଼ର ଗୁଆହାଟି ପାଇଁ ଏକ୍ସପ୍ରେସ ଟ୍ରେନ ନାହିଁ କାରଣ ଏ ଅଞ୍ଚଳ ରୁ ହଜାର ହଜାର ଛାତ୍ରଛାତ୍ରୀ, ସରକାରି ବେସରକାରୀ ଚାକିରିଆ , ଚିକିତ୍ସା ପାଇଁ ରୋଗୀ ଉପରୋକ୍ତ ସହର ଉପରେ ନିର୍ଭର ଏଣୁ ଉପରୋକ୍ତ ସହର ପାଇଁ ମଧ୍ୟ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିଲେ ଅଞ୍ଚଳ ର ସୁବିଧା ହୁଅନ୍ତା। ଗରିବ ଖଟିଖିଆ, ଅନୁନ୍ନତ ଶ୍ରେଣୀ ଯାତ୍ରୀ ଅଧିକା ଭଡ଼ା ଦେଇ ଏକ୍ସପ୍ରେସ ଟ୍ରେନ ରେ ଯାଇ ପାରିବେ ନାହିଁ ଏଣୁ ଏ ଅଞ୍ଚଳର ଯାତ୍ରୀଙ୍କ ପାଇଁ ଏକ ପାସେଞ୍ଜର ଟ୍ରେନ ସକାଳ ବେଳା ରାୟପୁର – ଭୁବନେଶ୍ୱର (ଭାୟା ଟିଟିଲାଗଡ ସମ୍ବଲପୁର) ଦେଇ ଚାଲିଲେ ହଜାର ହଜାର ଲୋକ ଉପକୃତ ହୁଅନ୍ତେ ବୋଲି ଅଞ୍ଚଳବାସୀଙ୍କ ଦାବି ରହିଛି। ଉପରୋକ୍ତ ସମସ୍ତ ଦାବି ପ୍ରତି ରେଳ ମନ୍ତ୍ରୀ ଓ କଳାହାଣ୍ଡି ସାଂସଦ ଦୃଷ୍ଟି ଦେଲେ ଅଞ୍ଚଳ ର ବହୁଦିନ ର ସମସ୍ୟା ସମାଧନ ହୁଆନ୍ତ ବୋଲି ଅଞ୍ଚଳବସୀ ଆଶା ବାନ୍ଧିଛନ୍ତି।
କଳାହାଣ୍ଡି ସାଂସଦ ରେଳ ସମସ୍ୟା ପ୍ରତି ଦୃଷ୍ଟି ଦେବେ: ନୂଆପଡ଼ା ରେଳ ଷ୍ଟେସନ୍ ରେ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ କେବେ ?
79