
ନୂଆପଡ଼ା -୧୨/୮ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ନୂଆପଡ଼ା ଙ୍କ ଆଦେଶ କ୍ରମେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧା ଠାରେ ତ୍ରିରଙ୍ଗା ଶୋଭା ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉପରୋକ୍ତ ଶୋଭାଯାତ୍ରା ରେ ହର୍ଷ ଉଲ୍ଲାସ ସହିତ ଗ୍ରାମବାସୀ ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା , ବିଦ୍ୟାଳୟ ର ସ୍କାଉଟ୍ ଗାଇଡ କ୍ଲବ ବୁଲବୁଲ , ସ୍କୁଲ ବ୍ୟାଣ୍ଡ୍ ପାର୍ଟି ଓ ସମସ୍ତ ଛାତ୍ର ଛାତ୍ରୀ ୨୦୦ ମିଟର ଲମ୍ବା ର ତ୍ରିରଙ୍ଗା ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯକ୍ରମ ର ସଫଳ ଆୟୋଜନ ରେ ଗ୍ରାମର ବରିଷ୍ଠ ନାଗରିକ ଲୋହିତ ଶବର ,ହିରାଲାଲ ପଟେଲ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖେଦୁ ରାମ୍ କେଉଟ, ଥାନ୍ ସିଂହ ଠାକୁର , ମୋହିତ ନାୟକ , ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା,ମନୋଜ ବରିହା,ପବନ ସିଂହ, କାନ୍ତା ମାଝୀ , ହୃଷୀକେଶ ସାହୁ, ପବିତ୍ର ଦେଓ , ବିଦ୍ୟାଳୟ ସ୍କୁଲ କ୍ୟାବିନେଟ୍ , ମୀନା ମଞ୍ଚ ର ସଦସ୍ୟସଦସ୍ୟା ସକ୍ରିୟ ସହଯୋଗ କରିଥିଲେ । ପରିଶେଶ ରେ ବିଦ୍ୟାଳୟର ର ବରିଷ୍ଠ ଶିକ୍ଷକ କିଶୋର କୁମାର ପରିଡ଼ା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯକ୍ରମ କୁ ସାଙ୍ଗ ଘୋଷଣା କରିଥିଲେ।
କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।
60