ନୂଆପଡ଼ା -୧୬/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳର ଜନୈକ ଯୁବତୀ ଙ୍କ ଅଶ୍ଳୀଳ ଫୋଟୋ ସାମାଜିକ ଗଣ ମାଧ୍ୟମ ରେ ପ୍ରଘଟ କରି ଜେଲ ଯିବାକୁ ପଡିଛି ଜନୈକ ଆସାମୀୟ ପ୍ରେମିକ ଯୁବକଙ୍କୁ। ନୂଆପଡା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କ ସୂଚନା ପ୍ରକାରେ ସମ୍ପୃକ୍ତା ଯୁବତୀ ଙ୍କ ସହ ଆସାମ ର ମିନାଜୁଲ ଆସଲମ୍ (୨୨) ପିତା ଆୟୁଜୁଦ୍ଦିନ ଅଲ୍ଲୀ, ଗ୍ରାମ – ଭାଦେଲପେରା, ଜିଲ୍ଲା ବୋଗାଇଗାଁ (ଆସାମ) ନାମକ ଜନୈକ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଦାଦନ ଖଟିବାକୁ ଯାଇଥିବା ଯୁବତୀ ଜଣକ ନିଜ ଗାଁ କୁ ଜାନୁଆରୀ ମାସରେ ଫେରି ଆସିବାପରେ ତାଙ୍କୁ ସେଠାକୁ ଫେରି ଆସିବାକୁ ଅନୁରୋଧ କରି ବିଫଳ ହେବା ପରେ ସେ ସାମାଜିକ ଗଣମାଧ୍ୟମ ଯଥା ଇନଷ୍ଟା ଗ୍ରାମ ଓ ମେଟା ଜରିଆରେ ତାଙ୍କ ସମ୍ପର୍କ ବେଳ ର କିଛି ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟୋ ଭାଇରାଲ କରି ଯୁବତୀ ଜଣକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଯୁବତୀ ପୋଲିସ ର ଆଶ୍ରୟ ନେଇ କୋମନା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। କୋମନା ପୋଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିବାପରେ ଜିଲ୍ଲା ପୋଲିସ ଦ୍ୱାରା ଉପ ନିରୀକ୍ଷକ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ତାମିଲନାଡୁ ର ତିରୁପୁର ଯାଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଵିରୁଦ୍ଧ ରେ କେସ ନମ୍ବର ୨୦୭/୨୦୨୫ ,୯ ଜୁଲାଇ ୨୦୨୫, ବିଏନଏସ ଧାରା ୨୯୬,୩୧୨, ଆଇ.ଟି. ଧାରା ୬୬ ଇ / ୬୭ ଏ ରେ ମୋକଦ୍ଧମା ରୁଜୁ କରାଯାଇଛି।
କୋମନା ଥାନା : ପ୍ରେମିକା ର ଅଶ୍ଳୀଳ ଫୋଟୋ ସୋସିଆଲ ମିଡିଆ ରେ ଭାଇରାଲ କରି ପ୍ରେମିକ ଗିରଫ
ଧୋଖାବାଜ ପ୍ରେମିକ ତାମିଲନାଡୁ ରାଜ୍ୟ ତିରୁପୁର ରୁ ଗିରଫ
72