Home ରାଜ୍ୟଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜିଲ୍ଲାର ପ୍ରଗତିରେ ଜିଲ୍ଲାବାସୀଙ୍କ ଆନ୍ତରିକ ସହଯୋଗ ଲୋଡା – ଜିଲ୍ଲାପାଳ

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜିଲ୍ଲାର ପ୍ରଗତିରେ ଜିଲ୍ଲାବାସୀଙ୍କ ଆନ୍ତରିକ ସହଯୋଗ ଲୋଡା – ଜିଲ୍ଲାପାଳ

"ଏକ ଚିତ୍ତାକର୍ଷକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ରେ ଜିଲ୍ଲାପାଳ ଏକାଦଶ ପ୍ରେସ ଏକାଦଶକୁ ହରାଇ ଚମ୍ପିଅନ ହୋଇଥିଲେ"

by Maraguda Express
0 comments

ନୂଆପଡା -୧୬/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ମହା ସମାରୋହ ରେ ହର୍ଷ ଉଲ୍ଲାସ ସହିତ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରି ସ୍ବାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ସ୍ଥାନୀୟ ଗାନ୍ଧୀ ଉଦ୍ୟାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଏକତା ଛକରେ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ମିନି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।ଜିଲ୍ଲାପାଳ ଶ୍ରୀ ଦାଶ ନୂଆପଡ଼ାର ଇତିହାସ ଐତିହ୍ୟ ଏବଂ ପ୍ରାଚୀନ ମାରାଗୁଡ଼ା ସଭ୍ୟତାର ଭୂୟସୀ ପ୍ରଶଂସା କରିବା ସହିତ ସ୍ଵାଧୀନତା ଆନ୍ଦୋଳନରେ ନୂଆପଡ଼ାର ସଂଗ୍ରାମୀ ମାନଙ୍କ ଅବଦାନକୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନୂଆପଡା ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରି ଅନେକ ପାରାମିଟର୍ ରେ ସମଗ୍ର ରାଜ୍ୟ ଏବଂ ଦେଶରେ ଆଗରେ ଅଛି । ଏହାକୁ ଆହୁରି ଆଗକୁ ଉନ୍ନୀତ କରିବା ପାଇଁ ଏବଂ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ ଓ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସେ ଜିଲ୍ଲାବାସୀଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ । ସମ୍ମିଳିତ ପ୍ୟାରେଡ଼ରେ ୩୧ ଟି ଦଳର ଅଭିବାଦନ ଗ୍ରହଣ କରିଥିଲେ । ମଞ୍ଚରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ଉପସ୍ଥିତ ଥିଲେ।ପଡ଼ିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଅଧିକାରୀ, କର୍ମଚାରୀ,ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ଦଳ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏକ ରକ୍ତଦାନ ଶିବିର ଉଦ୍ଘାଟନ କରି ୱାର୍ଡର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଉପ କାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସେମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ । ଦିବସ ପାଳନ ଉପଲକ୍ଷେ ଭୋର ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ଅୟୋଜନ କରା ଯାଇଥିଲା । ପ୍ରାତଃ ସମୟରେ ନେସନାଲ ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଭାତ ଫେରୀ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା ରେ ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର, ସାମ୍ୱାଦିକ ସୀମାଞ୍ଚଳ ମହାପାତ୍ର , ସହାୟକ ରାଜ କିଶୋର ବହିଦାର ପ୍ରମୁଖ ସହାୟତା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଏକ ଚିତ୍ତାକର୍ଷକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ରେ ଜିଲ୍ଲାପାଳ ଏକାଦଶ ପ୍ରେସ ଏକାଦଶକୁ ହରାଇ ଚମ୍ପିଅନ ହୋଇଥିଲେ । ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ପଡିଆ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସୁନ୍ଦର ଦେଶାତ୍ମବୋଧକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha