
ନୂଆପଡ଼ା – ୧୨/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା କୁ ନେଇ ସୋମବାର ଗ୍ରାମବାସୀ, ଅଭିଭାବକ ଓ ମୃତ ଛାତ୍ରଙ୍କ ପରିବାର ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଜି ଗଣ ଧାରଣା ର ଦ୍ଵିତୀୟ ଦିବସ। ସୂଚନା ଅନୁଯାୟୀ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜୁଲାଇ ୧୭ରେ ଜଣେ ଅଣ ଆଦିବାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଘଟଣାର ୨୬ଦିନ ବିତିଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ପ୍ରଦାନ କରି ନାହିଁ। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ସହ ବିଦ୍ୟାଳୟରେ ପାଚେରି ନିର୍ମାଣ ସମ୍ପୂର୍ଣ୍ଣ କରିବା, ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ, ପାନୀୟ ଜଳ ସମସ୍ୟା ସମାଧାନ, ଉତ୍ତମ ମାନର ଖାଦ୍ୟ ପ୍ରଦାନ, ପ୍ରତି ମାସରେ ଅଭିଭାବକ ଓ ଶିକ୍ଷକ ବୈଠକ ଭଳି ୧୪ ଦଫା ଦାବିରେ ଧାରଣ ଦେଇଛନ୍ତି। ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସଞ୍ଜୟ ଭୋଇ, କୌଶଲ୍ୟା ମାଝୀ, ଜିଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝି ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ପାଣି ସମସ୍ୟା ସମାଧାନ ପାଇଁ ୨୨ ଲକ୍ଷ ୬୧ ହଜାର ୭୭୭ଟଙ୍କା ମଞ୍ଜୁର ହୋଇସାରିଛି। ବହୁ ଶୀଘ୍ର ଟେଣ୍ଡର କରି କାମ ଆରମ୍ଭ ହେବ। ଅନ୍ୟ ସମସ୍ୟା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ସମର୍ଥନ ଜଣାଇ ଗୌତମ ମାଝୀ ସହ ଗ୍ରାମବାସୀ ତଥା ଜିଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିର, ପାଶା ମହାନନ୍ଦ, ବିରଞ୍ଚି ବାଗ, ସନ୍ତୋଷ ଶଗରିଆ, ମୁରଲି ଦୀପ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।
କୋମନା ବ୍ଲକ: ସାହାଜେଟ ଆଶ୍ରମ ବିଦ୍ୟାଲୟ ସମ୍ମୁଖ ଗଣଧାରଣା ର ଆଜି ଦ୍ଵିତୀୟ ଦିବସ
64