ନୂଆପଡ଼ା -୧୨/୮ (ସୁରେନ୍ଦ୍ର ତିୱାରୀ) ଆଜି ଜୋଙ୍କ ପୋଲିସ ଷ୍ଟେସନ୍ ଖରିଆର ରୋଡ କୁ ଏକ ବିଶ୍ଵସ୍ତ ସୂତ୍ର ରୁ ଖବର ମିଳିଥିଲା ଯେ, ଏକ ଯୁବକ ଗଞ୍ଜେଇ ନେଇ ଯାଉଛି। ଖବର ଉପରେ ପ୍ରାୟ ୧ ଟା ସମୟ ରେ ଜୋଙ୍କ ଥାନା ଏସ.ଆଇ ବିଷ୍ଣୁ ପ୍ରସାଦ ପ୍ରଧାନ ଚଢ଼ଉ କରି ଛତିଶଗଡ଼ର ଏକ ଯୁବକ ଗୁଲସନ କୁମାର ସାହୁ(୨୫) ପିତା ମୁକେଶ ସାହୁ, ଗ୍ରାମ ମୁନଙ୍ଗାଶେର (ସୋହାଗପୁର), ଥାନା ତେନ୍ଦୁକୋନା, ଜିଲ୍ଲା ମହାସମୁନ୍ଦ ଛତିଶଗଡ଼ ରାଜ୍ୟ ବାସିନ୍ଦା ସେ କିନ୍ତୁ ବର୍ତ୍ତମାନ୍ ୱାର୍ଡ ନମ୍ବର ୨୧ ଶାସ୍ତ୍ରୀ ଚୌକ, ମହାସମୁନ୍ଦ ରେ ରହୁଛି। ତା ଠାରୁ ଏକ ସେଲୋ ଟେପ୍ ଲଗା କଲା ରଙ୍ଗ ଏଆର ବ୍ୟାଗରେ ଦୁଇ କେଜି ଗଞ୍ଜେଇ ଅବୈଧ ରୁପେ ରଖିଥିବା ଜଣାପଡିଥିଲା। ଗଞ୍ଜେଇ ଜବତ କରି ଗୁଲସନ ସାହୁକୁ ଗିରଫ କରି ତା ବିରୁଦ୍ଧ ରେ ଜୋଙ୍କ ଥାନ କେସ ନମ୍ବର-୧୬୭, ୧୨/୮/୨୫ ,ଏନଡିପିଏସ ଧାରା ୧୯୮୫ ରେ କେସ ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରଦୀପ କୁମାର ଧରୁଆ ସୂଚନା ପ୍ରଦାନ କରିଛନ୍ତି । ଉପରୋକ୍ତ କେସ ଉପରେ ଆହୁରି ତଦନ୍ତ ଅବ୍ୟାହତ ରହିଛି।
ଜୋଙ୍କ ଥାନା : ଗଞ୍ଜେଇ ଜବତ,ଏକ ଗିରଫ।
111