Home ରାଜ୍ୟ“କ୍ରାନ୍ତିବୀର ସଦ୍ ଗୁରୁ ଘାଷିଦାସ” ପୁସ୍ତକ ର ଶୁଭ ଉନ୍ମୋଚନ

“କ୍ରାନ୍ତିବୀର ସଦ୍ ଗୁରୁ ଘାଷିଦାସ” ପୁସ୍ତକ ର ଶୁଭ ଉନ୍ମୋଚନ

by Maraguda Express
0 comments

“କ୍ରାନ୍ତିବୀର ସଦ୍ ଗୁରୁ ଘାଷିଦାସ” ପୁସ୍ତକ ର ଶୁଭ ଉନ୍ମୋଚନ।ନୂଆପଡ଼ା -୨୩/୬ (ଏମ.ଇ)  ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶିଷ୍ଟ ବହୁଜନ ଲେଖକ ଅଭିରାମ ମଲ୍ଲିକଙ୍କ ଲିଖିତ ପୁସ୍ତକ ” କ୍ରାନ୍ତିବୀର ସଦ୍ ଗୁରୁ ଘାସିଦାସ ” ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଯୁବନେତା ରବି ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ସ୍ଵତନ୍ତ୍ର ଅତିଥି ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ମୁଖ୍ୟ ବକ୍ତା ସତନାମୀ ସମାଜ ରାଜ୍ୟ ସଭାପତି ଜ୍ୟୋତିଲାଲ ବଞ୍ଜାରେ,ସମ୍ମାନିତ ଅତିଥି ଦିଲିପ ନିର୍ମଲକର ବ୍ଲକ୍ ଉପାଧ୍ୟକ୍ଷ ନୂଆପଡ଼ା,
ଅଶ୍ବିନୀ କୁମାର ଭୋଇ ଅଧ୍ୟକ୍ଷ ନବୋଦିତ୍ୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଖରିଆର ରୋଡ,ଅଭିରାମ ମଲ୍ଲିକ ରାଜ୍ୟ ସଂଯୋଜକ ମୁଲନିବାସୀ ସମତା ପରିଷଦ ଓଡିଶା,ଧର୍ମରାଜ ନାଗବଂଶୀ ସାମାଜିକ କର୍ମୀ,ଲାଲ ବାହାଦୁର ଦାସ ସାମାଜିକ କର୍ମୀ ପ୍ରମୁଖ ମଞ୍ଚାସିନ ଥିଲେ। ଏ ଅବସର ରେ ମୁଲନିବାସି ସମତା ପରିଷଦ ନୂଆପଡ଼ା ଶାଖା ତରଫ ରୁ ଲେଖକ ଅଭିରାମ ମଲ୍ଲିକଙ୍କୁ ମହାମାନବ ବୁଦ୍ଧ ଏକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା। ଏଠାରେ ସୂଚାନା ଯୋଗ୍ୟ ଯେ, ଓଡ଼ିଶା ରେ ଓ ଓଡିଆ ଭାଷା ରେ ମହାମାନବ ସଦଗୁରୁ ଘାଷି ଦାସ ଙ୍କ ଜୀବନୀ ଦର୍ଶନ ସଂପର୍କ ରେ ଏହା ପ୍ରଥମ ପୁସ୍ତକ ବୋଲି ଆୟୋଜକ କମିଟି ପକ୍ଷ ରୁ ସୁଚନା ଦେଇଛନ୍ତି। ବାବା ଗୁରୁ ଘାସି ଦାସ ଙ୍କ ବିଚାର ଧାରା ପୃଥିବୀ ର ଅନ୍ୟାନ୍ୟ ସମସ୍ତ ମାନବତାବାଦୀ ବିଚାରଧାରା ମଧ୍ୟ ରେ ସ୍ଵତନ୍ତ୍ର ଅଟେ ବୋଲି ନିମନ୍ତ୍ରିତ ବକ୍ତା ମାନେ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ରାଜ୍ୟ ସତାନମି ସମାଜ ତରଫ ରୁ ଲେଖକ ଅଭିରାମ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ହରି କୁଲଦୀପ, କମଲେଶ ଠାକୁର, ନର୍ମଦା ମାଝି, ରେଣୁକା ମାଝି, ସରସ୍ଵତୀ ଶବର,ପୁଷ୍ପାଞ୍ଜଳି ମହାନନ୍ଦ, ସୁଭାଷ ଆଡବଙ୍ଗ, ଅକମ ଦୀପ, ମୁକେଶ ସୁନା, ଚନ୍ଦ୍ରହାସ୍ୟ ଜାଲ, ଶଙ୍କର ମହାନନ୍ଦ, ସରୋଜ ସୁନା, ମୋହନ ଚେଲକ, ପ୍ରଭାତ ମହାନନ୍ଦ, ଲୋକେଶ ସତନାମି, ପ୍ରେମଲାଲ ସତାନାମି, ଦିନେଶ ମାଝି, ବାଲେଶ୍ଵର ସାହୁ, ହରେନ୍ଦ୍ର ବାଗ, ଲକ୍ଷ୍ମୀକାନ୍ତ ପହରେ, ନାଥୁରାମ ମାଝି, ପ୍ରେମ ଜଗତ, ଗଙ୍ଗା ରାମ ଶତନାମି,ସଞ୍ଜୟ ସଗରିଆ ଓ ନରୋତ୍ତମ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ କର୍ମୀ ଦୁଷ୍ମନ୍ତ ଦୁରିଆ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଭା ଶେଷ ରେ ମୁଲନିବାସି ସମତା ପରିଷଦ ର ଜିଲ୍ଲା ସଂଯୋଜକ ଶଙ୍କର ସୁନା ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha