ବୋଡ଼େନ -୯/୯ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର ଖଇରା ଗ୍ରାମ ପଞ୍ଚାୟତ ସମେତ ଡମଝର, ପଲସଦା, ସୁନାପୁର ଓ କରଳାକୋଟ କୁ ବୋଡେ଼ନ ବ୍ଲକ ଗ୍ରୀଡ଼ ରୁ ବିଜୁଳି ସଂଯୋଗ ନ ହୋଇ ସୁଦୂର ଖଡ଼ିଆଳ ସହର ଯାହାକି ତିରିଶ କିଲୋମିଟର ରୁ ସଂଯୋଗ ହୋଇଛି l ଫଳରେ କୋଡିଏ ଗ୍ରାମକୁ ଅତିକ୍ରମ କରି ଖଇରା ଅଞ୍ଚଳ କୁ ବିଜୁଳି ସେବା ଘନ ଘନ ବାଧା ପ୍ରାପ୍ତ ହେଉଛି, ଏ ବାବଦ ରେ ତିନିମାସ ତଳେ ଜିଲ୍ଲା ପାଳଙ୍କର ଜଣାଶୁଣାଣି ରେ ଅଭିଯୋଗ ଦେଇଥିଲା ବେଳେ ଖଡ଼ିଆଳ ଏସ ଡି ର ମନମୁଖୀ ତଥା ଟି ପି ଡବ୍ଲୁ ଓ ଡି ଏଲ ର ଖାମ ଖିଆଲ ମନୋଭାବ ଯୋଗୁ ବୋଡେ଼ନ ରୁ ଏହି ଖଇରା ଅଞ୍ଚଳ କୁ ବିଜୁଳି ସଂଯୋଗ ଯାହାକି ମାତ୍ର ଆଠ କିଲୋମିଟର ହୋଇ ପାରୁନି l ଏଣୁ ଏଥିପାଇଁ ଜିଲ୍ଲାପାଳ ଓ ଟାଟା ପାୱାର ହିଁ ଦାୟିବୋଲି ଜନସାଧାରଣ ରେ ଚର୍ଚ୍ଚା ଧରିଛି l ଖଇରା ଓ ଆଖ ପାଖ ଉପଭୋକ୍ତା ଆନ୍ଦୋଳନ କରିବା ନେଇ ସଜବାଜ ହେଉଛନ୍ତି, ଏଣୁ ବିଭାଗୀୟ ଅଧିକାରୀ ମାନେ ଉପରୋକ୍ତ ବିଷୟ ର ସମାଧାନ ତୁରନ୍ତ କରିବାକୁ ସାଧାରଣ ରେ ଦାବୀ ହେଉଛି l
ଖଇରା ଅଞ୍ଚଳରେ ବିଜୁଳି ବିଭ୍ରାଟ, ବୋଡେ଼ନ ରୁ ବିଜୁଳି ସଂଯୋଗ କେବେ?
60