
ନୂଆପଡା-୨୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ , ଖେଳପଡିଆ ଠାରେ ସି.ଆ.ଏସ.ସି.ଇ ଜୋନାଲ ସ୍ତରୀୟ ଖୋ – ଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏଥିରେ ୧୪ ଓ ୧୭ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ ରେ ବଲାଙ୍ଗିର , ସୋନପୁର , ଟିଟିଲାଗଡ ,ନୂଆପଡା ଓ ଖଡ଼ିଆଳ ର ଆଠଟି ଦଲ ଯୋଗଦେଇ ଥିଲେ ୧୪ ବର୍ଷ ରୁ କମ ବାଳିକା ବର୍ଗ ରେ ସେଣ୍ଟ ମେରି ସ୍କୁଲ ,ନୂଆପଡା ଓ ବାଳକ ବର୍ଗ ରେ ସେଣ୍ଟ ଏନ୍ନସ ସ୍କୁଲ , ଟିଟିଲାଗଡ ଚମ୍ପିୟାନ ହୋଇଥିଲେ ୧୭ ବର୍ଷ ରୁ କମ ବାଳିକା ବର୍ଗ ରେ ସେଣ୍ଟ ମେରି କନଭେଣ୍ଟ ସ୍କୁଲ ,ନୂଆପଡା ସେଣ୍ଟ ଏନ୍ନ ସ୍କୁଲ ସୋନପୁର କୁ ହରାଇ ଚମ୍ପିୟାନ ହୋଇଥିଲା ବେଳେ ୧୭ ବର୍ଷ ରୁ କମ ବାଳକ ବର୍ଗ ରେ ସେଣ୍ଟ ଏନ୍ନସ ସ୍କୁଲ ଟିଟିଲାଗଡ ଚାମ୍ପିଅନ ସେଣ୍ଟ ମେରୀ କନଭେନ ସ୍କୁଲ୍ ନୂଆପଡ଼ା ପ୍ରଥମ ରନସ ଅଫ ଓ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଦ୍ଵିତିୟ ରନସ ହୋଇ ଥିଲେ । ପ୍ରତି ଯୋଗିତାରେ ଉଦ୍ଘାଟନ ଉତ୍ସବରେ ସ୍କୁଲ୍ ର ପ୍ରତିଷ୍ଠାତା ତଥା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ଘୋଷ, ଅଧକ୍ଷା ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଯୋଗଦେଇ ଖୋ ଖୋ ଦ୍ଵାରା କିପରି ଶାରୀରିକ, ମାନସିକ ବିକାଶ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ପ୍ରତିଯୋଗିତାରେ ଖଡ଼ିଆଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟ ର କ୍ରୀଡ଼ା ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଶୁଶାନ୍ତ କୁମାର ସ୍ୱାଇଁ, ମୁକେଶ କୁମାର ଶାହୁ (କୋଡ଼ିନେଟର) , ତ୍ରିଲୋଚନ ମେହେର, ତପନ କୁମାର ଜାଲ, ମନୋଜ କୁମାର ପାଣ୍ଡେ, ଉତ୍ସବ ଘୋଷ, ତଥା ବିଦ୍ୟାଳୟ ର ଉପ ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବେହେରା ଖେଳ ପରିଚାଳନା କରିଥିଲେ । ପ୍ରତି ଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ନନ ଟିଚିଂ ଷ୍ଟାଫ ସହଯୋଗ କରିଥିଲେ ।ଶେଷରେ କୃତି ବାଳକ ବାଳିକା ମାନଙ୍କୁ ଟ୍ରଫି ପୁରସ୍କାର ଦିଆ ଯାଇଥିଲା ।
ଖଡ଼ିଆଳ ଠାରେ ଜୋନାଲ ସ୍ତରୀୟ ସି.ଆ.ଏସ.ସି.ଇ. ଖୋ-ଖୋ ପ୍ରତିଯୋଗିତା ଉଦଯାପିତl
153