Home ରାଜ୍ୟଖଡିଆଳ : ମାଁ ଶାରଦା ଙ୍କ ମନ୍ଦିର ରେ ଶାରଦୀୟ ନବରାତ୍ର ପୂଜା ଓ ଜୟ ମାତା ଦି ଦଳ ପକ୍ଷ ରୁ ଭଣ୍ଡାରା।

ଖଡିଆଳ : ମାଁ ଶାରଦା ଙ୍କ ମନ୍ଦିର ରେ ଶାରଦୀୟ ନବରାତ୍ର ପୂଜା ଓ ଜୟ ମାତା ଦି ଦଳ ପକ୍ଷ ରୁ ଭଣ୍ଡାରା।

by Maraguda Express
0 comments

ନୂଆପଡା-୩୦/୯ ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ସ୍ଥିତ ମାଁ ଶାରଦାଙ୍କ ମନ୍ଦିର ରେ ଶାରଦୀୟ ନବରାତ୍ର ପୂଜା ଅନୁଷ୍ଠିତ ହେବ ସହ ଜୟ ମାତା ଦି ଦଳ ପକ୍ଷ ରୁ ଭଣ୍ଡାରା କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଗୋଚର ହୋଇଥଲା। ଆଜି ପବିତ୍ର ମହା ଅଷ୍ଟମୀ ତିଥି ନେଇ ସକାଳ ସମୟରେ ଭଣ୍ଡାରା ହୋଇଥିବା ବେଳେ ମାଁ ଙ୍କ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଯୁବ ଗୋଷ୍ଠୀ ସାମିଲ ହୋଇ ପାର୍ବଣ ମାସ ରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଓମ୍ ପ୍ରକାଶ ଚୌଧୁରୀ, ନୀତେଶ ତ୍ରିବେଦୀ, କମଲ ବର୍ମା, ବିକାଶ ବର୍ମା, ଅନିଲ ନାଇଖୋର, ମହେନ୍ଦ୍ର ୟାଦବ, ଦୀପକ ବର୍ମା, ରଜତ ବର୍ମା,ପପୁ ଯାଦବ. ମୁରଲୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha