Home ରାଜ୍ୟଗଣଶିକ୍ଷା ବିଭାଗ ସମୀକ୍ଷା : ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାରାହାରି ରୁ କମ୍ ରହିଲେ ଶିକ୍ଷକ ଶିକ୍ଷୟତ୍ରୀ ଦାୟୀ ରହିବେ – ଜିଲ୍ଲାପାଳ

ଗଣଶିକ୍ଷା ବିଭାଗ ସମୀକ୍ଷା : ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାରାହାରି ରୁ କମ୍ ରହିଲେ ଶିକ୍ଷକ ଶିକ୍ଷୟତ୍ରୀ ଦାୟୀ ରହିବେ – ଜିଲ୍ଲାପାଳ

"ପ୍ରତି ସପ୍ତାହରେ ଏବଂ ମାସରେ ହାଇସ୍କୁଲ ଓ +୨ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ହେବ l ପ୍ରତି ମାସରେ ଭଲ ପ୍ରଦର୍ଶନ କରିଥିବା ୫ଟି ସ୍କୁଲ୍ କୁ ପୁରସ୍କୃତ ଏବଂ ତଳେ ଥିବା ୫ଟି ସ୍କୁଲ୍ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ"

by Maraguda Express
0 comments

ନୂଆପଡା -୩/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ହାଇସ୍କୁଲ ଏବଂ ହାୟର ସେକେଣ୍ଡାରୀ ସ୍କୁଲ୍ ର ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ । ସମୀକ୍ଷାରୁ ଜଣାଗଲା ଯେ ଜିଲ୍ଲାରେ ସର୍ବମୋଟ ୧୦୮୭ ଟି ବିଦ୍ୟାଳୟ ଅଛି ।

ଏହି ବର୍ଷ ସମସ୍ତ ସ୍କୁଲ୍ ରୁ ୪୭୩୫ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ୍ ହୋଇଛନ୍ତି । ଜିଲ୍ଲାରେ ୮ ଟି ବିଦ୍ୟାଳୟ ପି ଏମ୍ ଶ୍ରୀବିଦ୍ୟାଳୟ ମାନ୍ୟତା ପାଇଛି l ଏଥିରେ ୩୯୮୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ବିଇଓ ଓ ଏବିଇଓ ମାନେ ଜୁନ ମାସରେ ୨୨୪ ଥର ଏବଂ ଜୁଲାଇ ମାସରେ ୪୨୧ ଥର ବିଦ୍ୟାଳୟ ପରିଦର୍ଶନରେ ଯାଇଛନ୍ତି । ୮୪୫ ଟି ସ୍କୁଲ୍ ରେ ଶିଶୁ ବାଟିକା ରହିଛି । ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଗୁରୁତ୍ବ ଦେଇ ଡ୍ରପ ଆଉଟ୍ ହାର ଶୂନ୍ୟ କରିବା ପାଇଁ ପ୍ରଯତ୍ନ କରିବେ। ମାସିକ ସମୀକ୍ଷା ବୈଠକରେ ଯେଉଁ ସ୍କୁଲ୍ ର ପିଲା ଉପସ୍ଥାନ ହାରାହାରି ରୁ କମ୍ ରହିବ ସେହି ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯିବ ।ପ୍ରତି ସପ୍ତାହରେ ଏବଂ ମାସରେ ହାଇସ୍କୁଲ ଓ +୨ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ହେବ । ପ୍ରତି ମାସରେ ଭଲ ପ୍ରଦର୍ଶନ କରିଥିବା ୫ଟି ସ୍କୁଲ୍ କୁ ପୁରସ୍କୃତ ଏବଂ ତଳେ ଥିବା ୫ଟି ସ୍କୁଲ୍ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ସବୁ ସ୍କୁଲ୍ ରେ ଥିବା ଭଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ରୋଟେସନ୍ ରେ ଅନ୍ୟାନ୍ୟ ସ୍କୁଲ୍ କୁ ପଠାଯିବ। ଆଗାମୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ ।ଏହି ଅବସରରେ ଜିଲ୍ଲାରେ ଡ୍ରପ ଆଉଟ୍ ରୋକିବାରେ ପ୍ରଥମ ହୋଇଥିବା ପାୱାରତୋଳା ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଗିରିଧାରୀ ନାୟକ ଏବଂ ବୃକ୍ଷରୋପଣ କରିବାରେ ପ୍ରଥମ ହୋଇଥିବା ପି ଏମ୍ ଶ୍ରୀ କରଙ୍ଗାମାଳ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମେହେର ଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମର୍ପିତ ଭାବରେ ଶିକ୍ଷାଦାନ କରି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha