
ନୂଆପଡ଼ା -୩୦/୧୦(ସୁରେନ୍ଦ୍ର ତିୱାରୀ ) କୋମନା ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ ଜଙ୍ଗଲ ବିଭାଗ ସହ ଚଢ଼ାଉ କରି ମୂଲ୍ୟବାନ ଶାଗୁଆନ ଗଣ୍ଡି ସହ ପିକ ଅପ ଭେନ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ କୋମନା ବନ୍ୟପ୍ରାଣୀ ବିଭାଗ ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ସଞ୍ଜୀବ ବନ ଗୋଲାଙ୍କ ନେତୃତ୍ୱରେ କୋମନା ଜଙ୍ଗଲ ବିଭାଗ ର ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର, ସୁନାବେଡା ବନ୍ୟ ପ୍ରାଣୀ ବିଭାଗ ଉପ ବନାଞ୍ଚଳ ଅଧିକାରୀ ପିଙ୍କୁ ଭୋଇ ପେଟ୍ରୋଲିଙ୍ଗ ବେଳେ ବରକୋଟ ଘାଟି ନିକଟରେ ସୁନାବେଡା ପଟୁ ଆସୁଥିବା ଏକ ପିକ ଅପ ଭେନ ଉପରେ ଚଢ଼ାଉ କରି ସେଥିରେ ନ ଗୋଟି ଶାଗୁଆନ ଗଣ୍ଡି ବୋଝେଇ ହୋଇ ଆସୁଥିବା ଦେଖି ଡ୍ରାଇଭର ସହ ପିକଅପ ଭେନ କୁ ଅଟକ ରଖି ଥିଲେ। ଡ୍ରାଇଭର ଶାଗୁଆନ ଗଣ୍ଡି ଚାଲାଣ ନେଇ କୌଣସି ଆଇନଗତ କାଗଜପତ୍ର ଦେଖେଇ ନପାରିବାରୁ କାଠ ସହ ପିକଅପ ଭେନ ଜବତ କରି ଡ୍ରାଇଭର ଖରିଆର ଥାନା ବଡ଼ମହେଶ୍ୱର ଗ୍ରାମର ସରୋଜ କୁମାର ମାଝୀ (୨୯) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି। ପିକ ଅପ ଭେନ ସହ ଏକ କାର ରେ ଆସୁଥିବା ତିନି ଜଣ ଵ୍ୟକ୍ତି ସମେତ ଚାରିଜଣ ଚଢ଼ାଉ ସମ୍ବନ୍ଧେ ଜାଣି ସେଠାରେ କାର ଛାଡି ଫେରାର ହୋଇ ଯିବାରୁ କାର କୁ ମଧ୍ୟ ଜବତ କରାଯାଇଛି।
66