
ନୂଆପଡା -୨୭/୯(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ବର୍ଦ୍ଧିତ ଦୁଇ ଚକିଆ ଯାନ ଦୁର୍ଘଟଣା ଏବଂ ତତ୍ ଜନିତ ମୃତ୍ୟୁକୁ ଆଖି ଆଗରେ ରଖି ଏହାର ସମାଧାନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି l ଜିଲ୍ଲାର ସମସ୍ତ ଫିଲିଂ ଷ୍ଟେସନ୍ ମାନଙ୍କୁ ପତ୍ର ମାଧ୍ୟମରେ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଜିଲ୍ଲାପ୍ରଶାସନର ନିଷ୍ପତ୍ତି ଅନୁସାରେ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ୍ ନୋ ପେଟ୍ରୋଲ) ନିୟମ କୁ କଡ଼ାକଡ଼ି ଭାବରେ ପାଳନ କରିବେ । ଅନ୍ୟଥା ଓଡିଶା ସ୍ପିଡ୍ ଡିଜେଲ୍ ଡିଲର୍ ଲାଇସେନ୍ସିଂ ଧାରା ୧୯୭୦ ଅନୁଯାୟୀ ସେମାନଙ୍କ ଅନୁମତି ପତ୍ର ଲାଇସେନ୍ସ ପ୍ରତ୍ୟାହାର କରି ନିଆଯିବ । ଏହାକୁ ଚେକିଂ କରିବା ସହିତ ନିୟମର ଅନୂପାଳନ କାର୍ଯ୍ୟକାରୀ କରିବା ପାଇଁ ବି ଡି ଓ ଏବଂ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ଯ ଯେ ନୂଆପଡାରେ ମାସିକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ବୈଠକରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସତ୍ତ୍ୱେ ଏହା ସଠିକ୍ ଭାବରେ ଫିଲିଂ ଷ୍ଟେସନ୍ ମାନଙ୍କରେ କାର୍ଯ୍ୟକାରୀ ହେଉ ନଥିଲା । ଜିଲ୍ଲାପାଳଙ୍କ ଏହି ନୂତନ ଆଦେଶ ବଳରେ ଦୁଇଚକିଆ ବାହନ ଚାଳକ ମାନେ ସଚେତନ ହେବା ସହିତ ଜିଲ୍ଲାରୁ ଦୁର୍ଘଟଣା କମିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।
ଜିଲ୍ଲାରେ ପ୍ରତି ବୁଧବାର ଦିନ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ୍ ନୋ ପେଟ୍ରୋଲ) ନିୟମ ଲାଗୁ।
-ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-
75