Home ରାଜ୍ୟବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ।

ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ।

ନାଲ୍ସା (ଏସିଡ୍ ମାଡ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ।

by Maraguda Express
0 comments

ନୂଆପଡ଼ା -୨୭/୯ (ସୁରେନ୍ଦ୍ର ତିୱାରୀ ) ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନାଲ୍ସା (ଏସିଡ୍ ମାଡ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ଗତକାଲି ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂହ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଙ୍ଗୀତା ପାତ୍ର, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଖରିଆର ରୋଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ଧରୁଆ, ସରକାରୀ ଓକିଲ ତ୍ରୀଲୋକ ଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୂଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ଏସିଡ୍ ମାଡ ପୀଡିତଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ବିଭିନ୍ନ ଦଣ୍ଡ ବିଧାନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଶିଳ୍ପ ତାଲିମ ଅନୁଷ୍ଠାନ, ଖରିଆର ରୋଡ଼ର ଛାତ୍ରଛାତ୍ରୀଗଣ ଏସିଡ ମାଡ଼ ଉପରେ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha