

ବୋଡେ଼ନ- ୧୬/୯ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଜନ ଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନାଲଶା ଓ ପୋସ୍କୋ ଆଇନ ଉପରେ ଆଲୋକପାତ କରି ବିଶଦ ଭାବରେ ବୁଝାଇ ଥିଲେ । ଆଜି ବୋଡେ଼ନ ତାଳୁକ କୋର୍ଟ ର ଆନୁକୁଲ୍ୟରେ ନାଳଶା ଓ ପୋକସୋ ଆଇନ ଉପରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ବୋଡେ଼ନ ଜେ ଏମ ଏଫ ସି ମାଜିଷ୍ଟ୍ରେଟ ପଲ୍ଲବୀ ଦାସ, ବାର ଆସୋସିଏସନ ସମ୍ପାଦକ ବିଭୁତି ଭୂଷଣ ଷଡ଼ଙ୍ଗୀ, ବିଦ୍ୟାଳୟ ର ପ୍ରିନ୍ସିପାଲ ତନ୍ମୟ ତାଣ୍ଡି, ବରିଷ୍ଠ ଶିକ୍ଷକ ଅନନ୍ତ ରାମ ମେହେର, ଯୋଗେନ୍ଦ୍ର ନାଥ ଦଣ୍ଡସେନା, ହରିହର ମାଝୀ, ଦିଲୀପ କୁମାର ଦାସ, ପୁଷ୍ପାଞ୍ଜଳି ମାଝୀ, କୀର୍ତିରାମ ମାଝୀ, ସନ୍ତୋଷ ବାଗ, ହରିହର ସାହୁ, ପ୍ରତ୍ୟୋଷ ଦାନୀ,ପିଜିଟି ଷ୍ଟାଫ ମନୋଜ ମହାନନ୍ଦ, ଭାରତୀ ବିଶ୍ୱକର୍ମା, ବର୍ଷା ରାଣୀ ନାୟକ ପ୍ରମୁଖ ମଞ୍ଚାସିନ ଥାଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଯୌନ ଉତ୍ପୀଡ଼ନ, ଏସିଡ ମାଡ ଓ ତାର ସରକାରୀ ସହାୟତା ଉପରେ ଆଲୋକ ପାତ କରାଯାଇଥିଲା ।
ବୋଡ଼େନ : ଜନ ଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇନ ସଚେତନତା ଶିବିର।
109