
ନୂଆପଡ଼ା -୯/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ହେବାର ସଂକଳ୍ପ ନେଇ ଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜନ ଜାଗରଣ ସୃଷ୍ଟି କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗ ଦେଇ, ମନରେ ଦୃଢ଼ ସଂକଳ୍ପ ଏବଂ ଇଚ୍ଛା ଶକ୍ତି ଦ୍ଵାରା ସବୁ କାର୍ଯ୍ୟ ସମ୍ଭବ ଅଟେ ବୋଲି ଆହ୍ବାନ ଦେଇଛନ୍ତି। ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇ ୩ କୁଇଣ୍ଟାଲ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମ ଏକ ଅଭିଯାନ ରେ ପରିଣତ ହେବାକୁ ଯାଉଅଛି। ପ୍ରାଧିକରଣ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ଅଳିଆ ଆବର୍ଜନା ଗଦାରୁ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରୁଛି ବୋଲି ସଚିବ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଡ଼ିଓ ନରସିଂହ ଗଡବା, ଖଡ଼ିଆଳ ଏନ୍.ଏ.ସିର ସ୍ବଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ, ଖଡ଼ିଆଳ ତାଲୁକ ଆଇନ ସେବା କମିଟିର ପ୍ୟାନେଲ୍ ଓକିଲ ଆଲୋକ ତିୱାରୀ, ପୂର୍ବତନ ୱାର୍ଡ ସଭ୍ୟା ସୁଷମା ବିଶକର୍ମା, ଯଶୋଦା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣ ସାମିଲ ହୋଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ର ସଂକଳ୍ପ ସହ ଜନ ଜାଗରଣ ସୃଷ୍ଟି ନେଇ ସଚେତନତା କାର୍ଯ୍ୟକ୍ରମ
69