57
ନୂଆପଡ଼ା -୧୬/୯(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜନୈକା ଯୌନ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ଅନୁଯାୟୀ ଚାରି ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ବାବଦରେ ଚେକ୍ ପ୍ରଦାନ କରାଯାଇଛି । ଗତ ବର୍ଷ ନୂଆପଡ଼ାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ମିନାକ୍ଷୀ ଦାସ ମାମଲାର ବିଚାରକରି ପୋକ୍ସୋ ଅଧିନିୟମ ଅନୁଯାୟୀ ପିଡ଼ୀତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଥିଲେ । ପ୍ରାଧିକରଣର ସଚିବ ନବନୀତା ଦାଶ ୪ ଲକ୍ଷ ଟଙ୍କାର ଚେକ୍ ଟିକୁ ଉକ୍ତ ନାବାଳିକାଙ୍କୁ ପ୍ରଦାନ କରି ତାଙ୍କୁ ଏହି ଅର୍ଥରାଶିର ସଦୁପଯୋଗ କରିବାପାଇଁ ଉପଦେଶ ଦେଇଛନ୍ତି ।