25

ନୂଆପଡ଼ା -୧୩/୧୨(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ସ୍ଥିତ ନେସନାଲ ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସାର୍ବଭୌମିକ ସ୍ଵାସ୍ଥ୍ଯ କଭରେଜ ଦିବସ ପାଳିତ ହୋଇ ଯାଇଛି ।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା, ୱାନ୍ ଷ୍ଟପ (ସଖୀ) କେନ୍ଦ୍ରର ପ୍ରବନ୍ଧକ ତପସ୍ୱିନୀ ପଣ୍ଡା, ନେସନାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଓ ପ୍ରାଧିକରଣ ର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ମାଗଣା ସ୍ଵାସ୍ଥ୍ଯ ସେବା, ଜନନୀ ସୁରକ୍ଷା ଏବଂ ମାନବ ଅଧିକାର ସୁରକ୍ଷାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

