Home ରାଜ୍ୟଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର।

by Maraguda Express
0 comments

ନୂଆପଡ଼ା – ୯/୧ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂଆପଡ଼ା ଦ୍ଵାରା ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ,ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ (ମିଶନ ଶକ୍ତି) ର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ, ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର ଓ ସଶକ୍ତିକରଣ, ସମ୍ବିଧାନର ଧାରା ୩୯କ ଅନ୍ତର୍ଗତ ସମାନ ନ୍ୟାୟ ଏବଂ ବିଧିକ ସହାୟତା ଇତ୍ୟାଦି ବିକ୍ଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha