15


ନୂଆପଡ଼ା- ୧୨/୩ – ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରା ଯାଇଛି। ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରା ଯାଇଛି।