
ନୂଆପଡ଼ା -୨୪/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ମହାରାଜ ଅଗ୍ରସେନଙ୍କ ୫୧୪୯ ତମ ଜନ୍ମଜୟନ୍ତୀ ସମାରୋହରେ ଅନୁଷ୍ଠିତ ହୋଇଛି । ବିଧିବଦ୍ଧ ଭାବରେ ସ୍ଥାନୀୟ ମାରୱାଡ଼ି ସଂପ୍ରଦାୟ ଆନୁକୂଲ୍ଯରେ ଏହି ଜୟନ୍ତୀ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି ସଂପ୍ରଦାୟର ଶତାଧିକ ମହିଳାପୁରୁଷ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଅଗ୍ରେସନ ଭବନ କମିଟି ସଭାପତି ହରି ପ୍ରସାଦ ଅଗ୍ରୱାଲଙ୍କ ସହ ବରିଷ୍ଠ କର୍ମକର୍ତ୍ତା ମଧୁ କୁମାର ଜୈନ, ମଦନ ଗୋପାଳ ଅଗ୍ରୱାଲ, ୟୁବାମଞ୍ଚ ସଭାପତି ହୀରାଲାଲ ଅଗ୍ରୱାଲ, ଗଣେଶ କୁମାର ଅଗ୍ରୱାଲ,ରାଜେଶ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ଏହି ଭବ୍ଯ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବଣିକ ସଂଘ ସଭାପତି ପ୍ରଦୀପ କୁମାର ଜୈନ ଓ ସମ୍ମାନିତ ଅତିଥି ଭାବରେ ମୁକେଶ କୁମାର ଜୈନ, ଦୟାରାମ ଅଗ୍ରୱାଲ, ଇନ୍ଦ୍ରସନ ଅଗ୍ରୱାଲ, ହରିଓମ୍ ଜିନ୍ଦାଲ, ଡା.ବିପୁଳ ଗର୍ଗ, ଡା. ବିଶାଳ ଅଗ୍ରୱାଲ, ସୁବାଷ ଅଗ୍ରୱାଲ, ମହାବୀର ପ୍ରସାଦ ଅଗ୍ରୱାଲ, ବନାରସି ଦାଶ ଅଗ୍ରୱାଲ, ଓମକାର ଚନ୍ଦ ଅଗ୍ରୱାଲ, ତୁଫାନ୍ ଲାଲ ଅଗ୍ରୱାଲ,ବିନୋଦ କୁମାର ଅଗ୍ରୱାଲ, ଜଗଦୀଶ ପ୍ରସାଦ ଗର୍ଗ, କୈଳାଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହି ଅଗ୍ରେସନ ଜୟନ୍ତୀ ପାଳନର ମହତ୍ବ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ଯକ୍ରମର ସଫଳତାରେ ମାରୱାଡି ସମ୍ପ୍ରଦାୟର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।
ସିନାପାଲି : ୫୧୪୯ ତମ ଅଗ୍ରେସନ ଜୟନ୍ତୀ ପାଳିତ।
139
previous post