Home ରାଜ୍ୟଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳ ଅଫିସ ଘେରାଉ : ଆବଶ୍ୟକ ମାତ୍ରା ରେ ୟୁରିଆ ସାର ଓ କଲବାଜାରି ବନ୍ଦ କର।

ଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳ ଅଫିସ ଘେରାଉ : ଆବଶ୍ୟକ ମାତ୍ରା ରେ ୟୁରିଆ ସାର ଓ କଲବାଜାରି ବନ୍ଦ କର।

"କୃଷକ ମାରଣ ନୀତି ବିରୁଦ୍ଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ କଂଗ୍ରେସ କର୍ମୀ: ପ୍ରଶାସନକୁ କଲେ ନାକେଦମ"

by Maraguda Express
0 comments

ନୂଆପଡ଼ା -୧୬/୯ (ସୁରେନ୍ଦ୍ର ତିୱାରୀ) ସମଗ୍ର ନୂଆପଡ଼ା ଜିଲ୍ଲା ରେ ୟୁରିଆ ସାର ର ଅଭାବି ବିକ୍ରୀ ସହ କଳାବଜାରୀ,ଚଢ଼ା ଦର ରେ ବିକ୍ରି, ସଠିକ ସମୟ ରେ ସାର ଯୋଗାଇ ନଦେବା ଆଦି ଚାଷୀ ଙ୍କ ମୂଳଭୂତ ସମସ୍ୟାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ କୃଷକ ମାରଣ ନୀତି ବିରୁଦ୍ଧ ରାଜ୍ୟ ସରକାର ଙ୍କ ବିରୁଦ୍ଧ ରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲା ସଦର ମହକୁମା ପରିକ୍ରମା କରିଥିଲେ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ଭିତରୁ କୁ ଧସେଇ ପଶି ଅଧ ଘଣ୍ଟା ରୁ ଉର୍ଦ୍ଦୁ କାଳ କାର୍ଯ୍ୟାଳୟ ଭିତରେ ନାରାବାଜି କରି ପ୍ରଶାସନ ର ନେକେଦମ୍ କରି ଦେଇଥିଲେ। ଶେଷ ରେ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତାଙ୍କୁ ପ୍ରଦାନ କରିଥିଲେ। ଏ ଅବସର ରେ ଜିଲ୍ଲା ସଭାପତି ଶ୍ରୀ ମାଝି ଙ୍କ ସହ କମଳ ତାଣ୍ଡି, ଭରତ ରାଉତ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ଅମିତ କୁମାର ଅହିର, ଜୁନେଦ ମହମ୍ମଦ, ସହରୁଖ ଖାନ ଭକ୍ତ ଶବର, ହରି ମାଝି,ଚାଷି ସେଲ ଜିଲ୍ଲା ସଭାପତି ଇଶାକ ମହମ୍ମଦ,ଶ୍ରୀଧନ ମାଝି,ଗୌତମ ବିଭାର, ଆଲୋକ ଗୁରୁ,ବିରଞ୍ଚି ବାଗ, ଆସିକ ମହମ୍ମଦ, ଟୁଟୁ,ପିଲେଶ୍ୱର୍ ସାହୁ , ଗୌତମ ମାଝୀ ନିଲୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha