

ନୂଆପଡ଼ା -୨୪/୭ (ସୁରେନ୍ଦ୍ର ତିୱାରୀ) ନକଲି ପିଷ୍ଟଲ୍ ରେ ଅସଲି ଡ଼କାୟତି କରିଥିବା ୪ ଜଣ ଅପରାଧୀଙ୍କୁ ରିପୋର୍ଟ ପାଇବା ର ୨୪ ଘଣ୍ଟା ମଧ୍ୟରେ ଠାବ କରିବା ରେ ସଫଳ ହେଲା ଜୋଙ୍କ ଥାନା ପୋଲିସ । ଏହି ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇ ନକଲି ପିଷ୍ଟଲ, ଧାରୁଆ ଛୁରୀ , ଦୁଇ ଟି ମୋବାଇଲ ଫୋନ, ଏକ ବ୍ୟବହୃତ ବାଇକ ଓ ୧୬ ସହ ଟଙ୍କା ଜବତ୍ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ, ଗତ ୨୧ ତାରିଖ ପ୍ରାୟ ୧୨ ଟା ଦିବା ସମୟ ରେ କୁଳିଆବନ୍ଧା ଗ୍ରାମ ର ପ୍ରେମଚନ୍ଦ ଭୋଇ ଦୁଇ ଜଣ ବନ୍ଧୁ ନେତରାମ ଶବର ଓ ଉମେଶ ନାଏକ ସହ ବାଇକ ରେ ଖରିଆର ରୋଡ ଭାଟି ଛକ ଆମସେନା ରାସ୍ତା ରେ ସାଲିହା ଗ୍ରାମ କୁ କ୍ରିକେଟ୍ ଖେଳି ଯାଉଥିଲେ ତାଙ୍କୁ ୪ ଜଣ ଅଜଣା ଯୁବକ ପିଷ୍ଟଲ ଓ ଛୁରୀ ଦେଖାଇ ଡକାୟତ ଦଳ ୨୫ ସହ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ।ଉପରୋକ୍ତ ମାମଲା ରେ ଜୋଙ୍କ ଥାନା ରେ ଏକ ରିପୋର୍ଟ ହୋଇଥିଲା। ଜୋଙ୍କ ଥାନା କେଶ ନମ୍ୱର୍ ୧୫୬- ୨୨ ଜୁଲାଇ ୨୦୨୫ ବି.ଏନ.ଏସ, ଧାରା ୩୦୯(୬) ସେକସନ୍ ୨୮ ଆର୍ମ ଏକ୍ଟ ରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଖରିଆର ରୋଡ ପୋଲିସ ପକ୍ଷ ରୁ ପ୍ରକାଶ। ଅଭିଯୁକ୍ତମାନେ ହେଲେ ବିକାଶ ବାଗ (୧୯) କୃଷ୍ଣ ତାଣ୍ଡି (୨୨) ଶମ୍ଭୁ କୁମ୍ଭାର (୨୦) ଓ ଖଗେଶ୍ବର ସାହୁ(୩୨)। ଉପରୋକ୍ତ ସମସ୍ତ ଅଭିଯୁକ୍ତ ୱାର୍ଡ଼ ନମ୍ବର -୬ ଏଲ.ଡି. ପଡ଼ା ଖରିଆର୍ ରୋଡ ବାସିନ୍ଦା ଅଟନ୍ତି। ଅଭିଯୁକ୍ତମାନେ ଆଉ ଏଭଳି ଅପରାଧ କୋଉଠି ଘଟାଇଛନ୍ତି କି,ସେ ଉପରେ ତଦନ୍ତ ଅବ୍ୟାହତ ରହିଛି।
ଜୋଙ୍କ ଥାନା: ନକଲି ପିଷ୍ଟଲ ରେ ଅସଲି ଡକାୟତି: ୪ ଗିରଫ
343