
ନୂଆପଡ଼ା -୧/୯ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ସଦର ମହକୁମା ଠାରୁ ୧୫ କିଲୋମିଟର ଦୂରବର୍ତ୍ତୀ ଧରମବନ୍ଧା ଥାନା ଅନ୍ତର୍ଗତ ଖୁଟବନ ଭେରା ପଞ୍ଚାୟତ ର କେନାଲପଡ଼ା ଠାରେ ଗତ କାଲି ରବିବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ ମଦ ପିଇବା ପାଇଁ ସ୍ବାମୀ ଙ୍କୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ସ୍ବାମୀ। ମୃତକ ହେଲେ ତିରିତ କମାର ବୟସ (୪୦)। ନିଶାସକ୍ତ ସ୍ୱାମୀ ସନ୍ତୋଷ କମାର (୪୪) ହତ୍ୟା କରି କୁଆଡେ଼ ଫେରାର ମାରୁଥିବା ବେଳେ ସାହି ଲୋକେ ହତ୍ୟାକାରୀ ଅଭିଯୁକ୍ତ କୁ କାବୁ କରି ଗୋଡ ଏବଂ ହାତ କୁ ବାନ୍ଧି ରଖି ଏ ସମ୍ପର୍କ ରେ ତୁରନ୍ତ ଧରମବନ୍ଧା ଥାନା କୁ ଖବର ଦେଇଥିଲେ ।
ଖବର ପାଇ ତୁରନ୍ତ ଧରମବନ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସନ୍ତୋଷ କମାର କୁ ଗିରଫ କରିଛି। ସନ୍ତୋଷ ଅପରାହ୍ନ ୫ଟାରେ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରିଥିଲେ। ସେହି ସମୟରେ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ ଓ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କ ସହିତ ଯୁକ୍ତି ତର୍କ ଝଗଡା ହୋଇଥଲା। ସନ୍ତୋଷ ପ୍ରଚଣ୍ଡ ରାଗିଯାଇ ଟାଙ୍ଗିଆରେ ସ୍ତ୍ରୀଙ୍କୁ ବେକରେ ହାଣି ଦେବାରୁ ଘଟଣାସ୍ଥଳରେ ହିଁ ସ୍ତ୍ରୀ ତିରିତ ଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି । ସନ୍ତୋଷଙ୍କୁ ଗିରଫ କରି ପୋଲିସ ତଦନ୍ତ ଅବ୍ୟାହତ ରଖିଛି। ଆଜି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯି ଯିବ ବୋଲି ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି। ଅଭିଯୁକ୍ତ ବିରୋଧ ରେ କେସ ନମ୍ୱର୍- ୨୫, ୩୧ ଅଗଷ୍ଟ ୨୦୨୫ ବିଏନଏସ ଅଣ୍ଡର ସେକ୍ସନ ୧୦୩ (୧) ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି।
ଧରମବନ୍ଧା ଥାନା : ନିଶାସକ୍ତ ସ୍ଵାମୀ ର ସ୍ତ୍ରୀ ହତ୍ୟା।
" ମଦ ପିଇବା ପାଇଁ ସ୍ବାମୀ ଙ୍କୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ସ୍ବାମୀ ବୋଲି କୁହାଯାଉଛି" ପୋଲିସ ତଦନ୍ତ ଅବ୍ୟାହତ ରହିଛି।"
68
previous post