ନୂଆପଡା-୧୯/୮(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ରାଜସ୍ୱ ଅମଲା ସଂଘ ନୂଆପଡ଼ା ଶାଖାର ଗତ ୧୧ ଅଗଷ୍ଟ ୨୦୨୫ ରୁ ଚାଲି ଆସୁଥିବା ଆନ୍ଦୋଳନକୁ ଆଜି ୯ଦିନ ପୁରିଲା । ଉପରୋକ୍ତ ଆନ୍ଦୋଳନ ର ୧୦ ଦଫା ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇ ଆଜି ଧାରଣା ସ୍ଥଳକୁ ଆସି ସମର୍ଥନ ଜଣାଇଛି ଜିଲ୍ଲା ଓକିଲ ସଂଘ ,ନୂଆପଡ଼ା । ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ-ସଭାପତି ପ୍ରକାଶ ଚନ୍ଦ୍ର ସ୍ଵାଇଁ , କୋଷାଧ୍ୟକ୍ଷ, ୟୋଗେଶ କୁମାର ସାହୁ , ବରିଷ୍ଠ ଅଧିବକ୍ତା,ନିର୍ମୟ ପଟ୍ଟନାୟକ , ଅଶୋକ କୁମାର ପଣ୍ଡା, ଅମିତାଭ ବୋଷ, ଗୌରୀ ଶଙ୍କର ଶତପଥି , ଶ୍ୟାମ ଲାଲ ସିଂହ, ଅମରେଶ ଦାସ । ଜିଲ୍ଲା ଓକିଲ ସଙ୍ଘକୁ ସ୍ବାଗତ ଜଣାଇଥିଲେ ରାଜସ୍ବ ଅମଲା ସଂଘ ସଭାପତି ତ୍ରିଲୋଚନ ରଥ , ସମ୍ପାଦକ,ମଦନ ସୁନ୍ଦର ସାହୁ , କାର୍ଯ୍ୟକାରୀ ସଭାପତି ମନୋ କୁମାର ମହାରଣା , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମୋହନ ବାଗ,ଶ୍ରୀମତୀ ମିନାକ୍ଷୀ ଦାସ, ଶ୍ରୀମତୀ ରାଜେଶ୍ଵରୀ ଦେବାଙ୍ଗନ , ଶ୍ରୀମତୀ ଅପର୍ଣ୍ଣା ଅଗସ୍ତି , ରବିରଞ୍ଜନ ବେହେରା , ବିଭୂଦତ୍ତ ମିଶ୍ର,କୁମର ମଣି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ବୋଧନକର ତାଙ୍କ ସମ୍ୟକ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଅନୁସାରେ ଓଆରଏସ୍ପି ୨୦୧୭ ଅନୁଯାଇ ଲେଭେଲ ୯ ହାରର ଦରମା, ଓଡ଼ିଶା ଜିଲ୍ଲାସ୍ତରୀୟ ରାଜସ୍ବ ଅମଲାଙ୍କ କ୍ୟାଡ଼ର ପୁନର୍ଗଠନ ଆଦି ୧୦ ଗୋଟି ଦାବି ଯୁକ୍ତିଯୁକ୍ତ ଅଟେ । ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୨୪ ମସିହାରେ ଏହି ସଂଘ ଯେତେବେଳେ ନିଜର ଏହି ଦାବୀପୁରଣ ନେଇ ଆନ୍ଦୋଳନ ଚଳାଇଥିଲା , ସେହି ସମୟରେ ବିରୋଧୀ ଦଳରେ ଥିବା ବିଧାୟକମାନେ ଦୃଢ ସମର୍ଥନ ଦେଇଥିଲେ କିନ୍ତୁ ସେହି ସମାନ ନେତା ଆଜି ସରକାରରେ ମନ୍ତ୍ରୀ ଥାଇ ଘଟଣାକୁ ଅଣଦେଖା କରୁଥିବାରୁ ଏଭଳି ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ । ବରିଷ୍ଠ ସଦସ୍ୟ ନିର୍ମୟ ପଟ୍ଟନାୟକ ମଧ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ । ବରିଷ୍ଠ ଅଧିବକ୍ତା ଅମିତାଭ ବୋଷ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ଅସଂଗତି ପାଇଁ ଏକ ବଳିଷ୍ଠ ମାମଲା ହେଇପାରିବ ବୋଲି ମତଦେଇଥିଲେ ଏବଂ ଏହି ନୂତନ ଜିଲ୍ଲାରେ ନୂଆ ପଦବୀ ସୃଷ୍ଟି ହେଲେ ଯାଇ ଲୋକଙ୍କ ସରକାର ଲୋକଙ୍କ ପାଇଁ କାମ କରିପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ରଞ୍ଜନା ଶବର, ଗୋକୁଳ ଜାଣି, ବୁଧୁରାମ ନାଏକ , ସୌରଭ ବୈଠରୁ , ଶ୍ରୀମତୀ ହେମ ସେଠୀ , କୁମାରୀ ପୂଜା ଦେବାଙ୍ଗନ , ସୁମିତା ନାଏକ , ଗଲିୟରା ଜାକିର ମହମ୍ମଦ, ହିତେଶ କୁମର ମେହେର ପ୍ରଭୃତି ଧାରଣାରତ ରାଜସ୍ବ ଅମଲା ଉପସ୍ଥିତ ଥିଲେ ।
ନବମ ଦିନରେ ରାଜସ୍ଵ ଅମଲାଙ୍କ ସମୂହ ଛୁଟି : ଜିଲ୍ଲା ଓକିଲ ସଂଘ ର ପୁର୍ଣ୍ଣ ସମର୍ଥନ ।
"ରାଜସ୍ୱ ଅମଲାଙ୍କ ଦାବି ପ୍ରତି ସରକାରଙ୍କ ଦରଦ ନାହିଁ" ନବମ ଦିନ ରେ ଆନ୍ଦୋଳନ
93
previous post